ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 3748 ସଂକ୍ରମିତ - corona update news

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3748 ଆକ୍ରାନ୍ତ ଚିହ୍ନଟ । 11 ମୃତ ।

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 3748 ସଂକ୍ରମିତ
ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 3748 ସଂକ୍ରମିତ

By

Published : Sep 9, 2020, 11:22 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3748 ଆକ୍ରାନ୍ତ ଚିହ୍ନଟ । 11 ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 2210 କ୍ବାରେଣ୍ଟାଇନ ସେଣ୍ଟର ଓ 1538 ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 615 ଜଣ ରହିଛନ୍ତି । ସେହିପରି ଅନୁଗୋଳରୁ 57, ବାଲେଶ୍ବରରୁ 103 , ବରଗଡରୁ 92, ଭଦ୍ରକରୁ 46, ବଲାଙ୍ଗୀରରୁ 163 , ବୌଦ୍ଧରୁ 58, କଟକରୁ 392, ଦେବଗଡରୁ 24, ଢେଙ୍କାନାଳରୁ 65, ଗଜପତିରୁ 44, ଗଞ୍ଜାମରୁ 71, ଜଗତସିଂହପୁରରୁ 94, ଯାଜପୁରରୁ 140, ଝାରସୁଗୁଡାରୁ 70, କଳାହାଣ୍ଡିରୁ 38, କନ୍ଧମାଳରୁ 85, କେନ୍ଦ୍ରାପଡାରୁ 116, କେନ୍ଦୁଝରରୁ 63, କୋରାପୁଟରୁ 97, ମାଲକାନଗିରିରୁ 21, ରାୟଗଡାରୁ 82, ସମ୍ବଲପୁରରୁ 79, ମୟୂରଭଞ୍ଜରୁ 3, ନବରଙ୍ଗପୁରରୁ 121, ନୟାଗଡରୁ 69, ପୁରୀରୁ 387, ସୋନପୁରରୁ 124 ଓ ସୁନ୍ଦରଗଡରୁ 157 ଜଣ ରହିଛନ୍ତି ଏବଂ ଷ୍ଟେଟ ପୋଲ 176 ଜଣ ଅଛନ୍ତି ।

ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 135130ରେ ପହଞ୍ଚିଥିବାବେଳେ 102185 ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା 580କୁ ବୃଦ୍ଧି ପାଇଛି । 32312ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details