ଓଡିଶା

odisha

ETV Bharat / city

କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ 4 ହଜାର 339 ଚିହ୍ନଟ - odisha corona

ତଳମୁହାଁ ହେଉଛି ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ 4 ହଜାର 339 ପଜିଟିଭି ଚିହ୍ନଟ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ
କୋରୋନା ସଂକ୍ରମଣ

By

Published : Jun 14, 2021, 9:19 AM IST

ଭୁବନେଶ୍ବର: ତଳମୁହାଁ ହେଉଛି ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ 4 ହଜାର 339 ପଜିଟିଭି ଚିହ୍ନଟ । ସେଥିମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରୁ 2 ହଜାର 475ଟି ମାମଲା ରହିଥିବାବେଳେ ଲୋକାଲ ସଂକ୍ରମଣ 1 ହଜାର 864 ରହିଛି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ଲକ୍ଷ 56 ହଜାର 121ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 700 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 226, ବାଲେଶ୍ବରରୁ 296, ବରଗଡରୁ 68, ଭଦ୍ରକରୁ 209, ବଲାଙ୍ଗୀରରୁ 53, ବୌଦ୍ଧରୁ 54, କଟକରୁ 480, ଦେବଗଡରୁ 26, ଢେଙ୍କାନାଳରୁ 144, ଗଜପତିରୁ 36, ଗଞ୍ଜାମରୁ 29, ଜଗତସିଂହପୁରରୁ 143, ଯାଜପୁରରୁ 207, ଝାରସୁଗୁଡାରୁ 13, କଳାହାଣ୍ଡିରୁ 62, କନ୍ଧମାଳରୁ 62, କେନ୍ଦ୍ରାପଡାରୁ 181, କେନ୍ଦୁଝରରୁ 92, କୋରାପୁଟରୁ 65, ମାଲକାନଗିରିରୁ 50, ମୟୂରଭଞ୍ଜରୁ 158, ନବରଙ୍ଗପୁରରୁ 78, ନୟାଗଡରୁ 149, ନୂଆପଡାରୁ 14, ପୁରୀରୁ 225, ରାୟଗଡାରୁ 64, ସମ୍ବଲପୁରରୁ 54, ସୋନପୁରରୁ 84, ସୁନ୍ଦରଗଡରୁ 178 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭ ସଂଖ୍ୟା 109 ରହିଛି ।

ଅନ୍ୟପକ୍ଷେ ଗତ 24 ଘଣ୍ଟାରେ 7 ହଜାର 773 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାପରେ ବର୍ତ୍ତମାନ ରାଜ୍ୟରେ 55 ହଜାର 923ଟି ସକ୍ରିୟ ମାମଲା ରହିଥିବାବେଳେ ମୋଟ ସୁସ୍ଥସଂଖ୍ୟା 7 ଲକ୍ଷ 96 ହଜାର 799କୁ ବୃଦ୍ଧି ପାଇଛି । ତେବେ ରାଜ୍ୟରେ ଏବେ ସଂକ୍ରମଣ ଅପେକ୍ଷା ସୁସ୍ଥସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି । ଏଯାବତ୍ 1 କୋଟି 27 ଲକ୍ଷ 20 ହଜାର 932ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details