ଭୁବନେଶ୍ବର: ସୂଚନାଧିକାର କର୍ମୀଙ୍କ ପାଇଁ ମରଣଭୂଇଁ ପାଲଟିଛି ଓଡିଶା । ଲଗାତାର ଭାବେ ଏମାନଙ୍କୁ ଟାର୍ଗେଟ କରାଯାଉଛି ଆଉ ଶେଷରେ ମାରି ଫୋପାଡ଼ି ଦିଆଯାଉଛି । ଯାହାକୁ ନେଇ ସବୁଠି ଉଦବେଗ ପ୍ରକାଶ ପାଇଛି । ନିକଟରେ କେନ୍ଦ୍ରାପଡାର ରଞ୍ଜନ ଦାଶ ହତ୍ୟା ଘଟଣା ଏକ ପ୍ରକାର ଆଲୋଡନ ସୃଷ୍ଟି କରିଛି । ଏହା ପୂର୍ବରୁ ଅଭିମନ୍ୟୁ ପଣ୍ଡାଙ୍କୁ ବି ହତ୍ୟା କରାଯାଇଥିଲା ।
ଦୁର୍ନୀତି ଓ ଅନିୟମିତତା ଚାପିବା ପାଇଁ ଶେଷରେ ଅନେକ ସୂଚନାଧିକାର କର୍ମୀଙ୍କ ଜୀବନ ଚାଲିଯାଉଛି । ଏହାକୁ ନେଇ ଦେଶର ବିଭିନ୍ନ ଭାଗର 18 ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । 18 ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ 4ଟି ଦାବି ରଖିଛନ୍ତି । ପ୍ରଥମତଃ ସୁରକ୍ଷା, ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଭଳି ଦାବି ରହିଛି ।