ଓଡିଶା

odisha

ETV Bharat / city

Assembly Gherao: ଇଂରେଜ ଗୁଳିକୁ ଡରିନଥିଲା କଂଗ୍ରେସ, ପୋଲିସ ଲାଠି ମାଡ ଅଟକାଇ ପାରିବନି

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଶୁକ୍ରବାର ଛାତ୍ର କଂଗ୍ରେସର ବିଧାନସଭା ଘେରାଉ ବେଳେ ପୋଲିସର ମାଡ ଘଟଣାକୁ ନେଇ ଆଜି ବର୍ଷିଲା ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ

By

Published : Dec 11, 2021, 7:26 PM IST

Assembly Gherau
Assembly Gherau

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଗତକାଲି (ଶୁକ୍ରବାର) ଛାତ୍ର କଂଗ୍ରେସ (Odisha Congress Student wing) ର ବିଧାନସଭା ଘେରାଉ ବେଳେ ପୋଲିସର ମାଡ ଘଟଣାକୁ ନେଇ ଆଜି ବର୍ଷିଲା ରାଜ୍ୟ କଂଗ୍ରେସ ।

Assembly Gherau : ଛାତ୍ର କଂଗ୍ରେସକୁ ପୋଲିସର ମାଡ ଘଟଣାକୁ PCC ର ନିନ୍ଦା, 14 ରେ SP Office ଘେରାଉ

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି ଓ ବରିଷ୍ଠ ନେତାମାନେ କଡା ସମାଲୋଚନ କରିଛନ୍ତି । ପ୍ରେସମିଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ (Odisha Pradesh Congress President) କହିଛନ୍ତି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୋଲିସର ମାଡ ମାରିବା ବର୍ବରୋଚିତ ଅତ୍ୟାଚାର । ଏହି ମାଡକୁ ନେଇ କଂଗ୍ରେସ ଡରିଯିବ ନାହିଁ କି ଆନ୍ଦୋଳନ ସ୍ଥଗିତ ରହିବ ନାହିଁ । ଆନ୍ଦୋଳନ ଜାରି ରହିବ । ଏହା ଦଳର ଶେଷ ଆନ୍ଦୋଳନ ନୁହେଁ କି ଦଳର ଦାୟିତ୍ବ ସରିନାହିଁ । ମହିଳାଙ୍କୁ ସୁରକ୍ଷା ସହ ଲୋକଙ୍କ ପାଇଁ କଂଗ୍ରେସ ଲଢେଇ ଜାରି ରହିବ । ଇଂରେଜଙ୍କ ବନ୍ଧୁକ ଗୁଳିକୁ କଂଗ୍ରେସ ଡରି ନଥିଲା । ପୋଲିସର ଲାଠି ମାଡ କଂଗ୍ରେସକୁ ଅଟକାଇ ପାରିବ ନାହିଁ ।

ସେହିପରି ପୋଲିସକୁ ମଧ୍ୟ ପ୍ରଶ୍ନ କରି ନିରଞ୍ଜନ କହିଛନ୍ତି କାହାର ଅନୁମତିରେ ପୋଲିସ କଂଗ୍ରେସ କାର୍ଯ୍ୟାଳୟ ରେ ପଶିଲା? କଂଗ୍ରେସ କର୍ମୀଙ୍କୁ ବାଡେଇଲା? କେଉଁ ଆଇନରେ ଲେଖା ଯାଇଛି କୌଣସି ଦଳୀୟ କାର୍ଯ୍ୟାଳୟକୁ ପଶି ମାଡ ମାରିବା? ଗତକାଲି ମାନବଧିକାର ଦିବସ ଥିଲା । ସରକାର ଏହି ଦିବସ ପାଳନ କରୁଛନ୍ତି । ଅଥଚ ସେହି ଦିନ କଂଗ୍ରେସ କର୍ମୀଙ୍କୁ ମାଡ ମାରିବାର ପଛାଉ ନାହାଁନ୍ତି ।

ସେହିଭଳି ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଗୋଡେଇ ପିଟିବା ଓ ମୁଣ୍ଡ ଫଟାଇବା ଅଧିକାର ପୋଲିସକୁ ଦିଆଯାଇନାହିଁ । ଯେଉଁ ପୋଲିସ ଏହି ବେଆଇନ କାମ କରିଛନ୍ତି ସେମାନେ ବୋଧହୁଏ ଆଇନ ପଢିନାହାନ୍ତି କିମ୍ବା ଚାପରେ ଆସି ବେଆଇନ କାମ କରିଛନ୍ତି । ଗତକାଲି ସେଭଳି ଘଟଣା ଘଟି ନାହିଁ ଯେଉଁ ଘଟଣାକୁ ନେଇ ପୋଲିସ ଲାଠି ଚାର୍ଜ କରିବ । ଲାଠିଚାର୍ଜ ପାଇଁ ମାଜିଷ୍ଟ୍ରେଟଙ୍କ ଅନୁମତ ଆବଶ୍ୟକ । କାଲି କିଏ ଅନୁମତି ଦେଇଥିଲେ । ଏହା ସମ୍ପୂର୍ଣ ବେଆଇନ କାମ ହୋଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦଳ ଦାବି କରିଛି । ଏହାସହ ଆହତ କଂଗ୍ରେସ କର୍ମୀଙ୍କ ପାଇଁ କ୍ଷତିପୂରଣ ଦାବି କରିଛି ।

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆସନ୍ତା ୧୪ ତାରିଖ ଦିନ ଦଳ ସାରା ରାଜ୍ୟରେ ଏସପି ଅଫିସ ଘେରାଉ କରିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details