ଭୁବନେଶ୍ବର: ବନ୍ୟାରେ ବେହାଲ ଅଧା ଓଡିଶା(Odisha flood situation) । ବନ୍ୟାପାଣିରେ ଗାଁ ଗଣ୍ଡା, ଘରଦ୍ବାର ଉବୁଟୁବୁ ହେଉଛି । ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲୁଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ରାଜ୍ୟରେ ଏଭଳି ବିଷମ ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବନ୍ୟା ପାଇଁ କଂଗ୍ରେସ(Odisha Congress) ବିଧାୟକ ସୁର ରାଉତରାୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ, ''ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନ ଏବେ ସ୍ଥାନ ଜଳମଗ୍ନ ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଛତିଶଗଡ ପାଣି ନିଷ୍କାସନ କରିଛି । ହେଲେ ଖରାଦିନେ ମହାନଦୀ ଶୁଖିଲା ପଡୁଥିଲା । କିନ୍ତୁ ଏବେ ବନ୍ୟା ସୃଷ୍ଟି କଲାଣି । ରାଜ୍ୟବାସୀ ଦୁଃଖରେ ଅଛନ୍ତି । ନା ସେମାନଙ୍କୁ ରିଲିଫ୍ ମିଳୁଛି ନା ଡାକ୍ତରୀ ଚିକିତ୍ସା ଅବା ଗୋଖାଦ୍ୟ ଦିଆଯାଉଛି ।''