ଭୁବନେଶ୍ବର:ନବନିଯୁକ୍ତ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ (Chief Minister Naveen Patnaik) । ଏହାକୁ ନେଇ ବିରୋଧୀ ରାଜନୀତିର ଗନ୍ଧ ବାରିଛନ୍ତି ଏବଂ ସରକାରଙ୍କୁ ତେରଛା ବାଣ ମାରିଛି କଂଗ୍ରେସ।
ରାଜ୍ୟ କଂଗ୍ରେସ କହିଛି ଏହା ସରକାରଙ୍କ ଏକ ନିର୍ବାଚନୀ ଚାଲ । ଯେହେତୁ ଆଗକୁ ନିର୍ବାଚନ ଆସୁଛି,ସାରା ରାଜ୍ୟର ସ୍କୁଲ ଗୁଡିକରୁ ଶିକ୍ଷକ ଶିକ୍ଷୟିତ୍ରୀ ବସ ଯୋଗେ ଆଣି ଏଠି କାର୍ଯ୍ୟକ୍ରମ କରି ସେମାନଙ୍କୁ ନିଯୁକ୍ତି ପତ୍ର ଦେବା ଏକ ଲୋକଦେଖାଣିଆ ଡ୍ରାମା। ସରକାର ଜାଣିଶୁଣି ଡ୍ରାମା କରୁଛନ୍ତି । ନିର୍ବାଚନରେ ସଫଳତା ପାଇଁ । ସ୍କୁଲ ଗୁଡିକରେ ଭିତ୍ତିଭୂମି ନାହିଁ । ପାଖାପାଖି 50 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ଖାଲି ପଡିଛି। 6 ହଜାର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦେଇ ନିର୍ବାଚନ ସମୟରେ ତାଙ୍କ ଦ୍ବାରା ପ୍ରଚାର ପ୍ରସାର କରିବେ ସରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।