ଓଡିଶା

odisha

ETV Bharat / city

ବିଧାୟକ ଦଳ ନେତା ପଦରୁ ନରସିଂହଙ୍କୁ ହଟାଇବାକୁ ଦାବି - କଂଗ୍ରେସ ବିଧାୟକ ଦଳ ନେତା ହେବେ ପରିବର୍ତ୍ତନ

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦାବି ଜୋର ଧରିଲା । ଏପ୍ରିଲ ଶେଷ ସୁଦ୍ଧା ଓଡିଶା କଂଗ୍ରେସ ନୂଆ ସଭାପତି ପାଇବାକୁ ଥିବାବେଳେ, ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ଦାବି ହେଉଛି । ଆଉ ଏହି ଦାବି କରିଛନ୍ତି ଖୋଦ୍‌ କଂଗ୍ରେସ ବିଧାୟକ ମାନେ । ଅଧିକ ପଢନ୍ତୁ

ନରସିଂହଙ୍କୁ ହଟାଇବା ପାଇଁ ବିଧାୟକଙ୍କ ଦାବି
ନରସିଂହଙ୍କୁ ହଟାଇବା ପାଇଁ ବିଧାୟକଙ୍କ ଦାବି

By

Published : Apr 19, 2022, 7:54 PM IST

ଭୁବନେଶ୍ବର/ବଲାଙ୍ଗୀର:ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରେ କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦାବି ଜୋର ଧରିଲା । ଖବର ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଓଡିଶା କଂଗ୍ରେସ ପାଇବ ନୂଆ ସଭାପତି । ହେଲେ ନୂଆ ସଭାପତିଙ୍କ ନାମ ଘୋଷଣା ପୂର୍ବରୁ ବିଧାୟକ ଦଳ ନେତା ପରିବର୍ତ୍ତନ ପାଇଁ ମଧ୍ୟ ଦାବି ହୋଇଛି । ଖୋଦ୍‌ କଂଗ୍ରେସ ବିଧାୟକମାନେ ହିଁ ଏହି ଦାବି କରିଛନ୍ତି ।

ନରସିଂହଙ୍କୁ ହଟାଇବା ପାଇଁ ବିଧାୟକଙ୍କ ଦାବି

ଆଜି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି କେବଳ ପିସିସି ନୁହେଁ, କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତ୍ତନ ହେବା ଆବଶ୍ୟକ। ଏହା ଦଳର ଅଧିକାଂଶ ବିଧାୟକ ଚାହୁଁଛନ୍ତି । ଏଥିସହ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ସାଲୁଜା । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପରିବାରକୁ ନ୍ୟାୟ ଦେବା ପାଇଁ ନରସିଂହ କଳା କୋର୍ଟ ପିନ୍ଧି କୋର୍ଟରେ ଲଢୁଥିବା ବେଳେ, ପୁଅ ଅମରେନ୍ଦ୍ର ମିଶ୍ର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ହୋଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି । ଯାହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ସାଲୁଜା । ସାଲୁଜା କହିଛନ୍ତି, ଦଳର ସ୍ବାର୍ଥ ଦୃଷ୍ଟିରୁ ସଂଗଠନରେ ବ୍ୟାପକ ପରିବର୍ତ୍ତନ ହେବା ଦରକାର । ଏହାସହ ପୁରା ଆମୂଳଚୂଳ ପରିବର୍ତ୍ତନ ପାଇଁ ଦାବି କରିଛନ୍ତି ସାଲୁଜା । ଏଥିରେ ବିଧାୟକ ଦଳ ନେତାଙ୍କୁ ମଧ୍ୟ ପରିବର୍ତ୍ତନ ଜରୁରୀ ବୋଲି ବିଧାୟକ ସାଲୁଜା କହିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସର ଅନ୍ୟତମ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ନରସିଂହଙ୍କ ପୁଅ ପିପି ନିଯୁକ୍ତି ହେବା ଘଟଣା ଖବର ଗଣମାଧ୍ୟମରେ ଆସିଛି । ଏହା ଉପରେ ଆମେ ସଂଗଠନ ସ୍ତରରେ ଆଲୋଚନା କରିବୁ । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ ସେ କୌଣସି ଟିପ୍ପଣୀ ଦେବେ ନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ବଲାଙ୍ଗୀରରୁ ସେକ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details