ଭୁବନେଶ୍ବର:ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଝଟକା । ହାତ ଛାଡିପାରନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇପାରେ ପ୍ରଦୀପଙ୍କ ନୂଆ ଇନିଂସ । କଂଗ୍ରେସର ଏହି ହେଭିୱେଟ ନେତା ଆଜି ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପ୍ରଦୀପ ମାଝୀ କୌଣସି ସୂଚନା ଦେଇନାହାଁନ୍ତି ।
ନିକଟରେ ଓଡିଶାରେ କଂଗ୍ରେସରେ ସୃଷ୍ଟି ହୋଇଥିଲା ମନୋମାଳିନ୍ୟ । ରାଜ୍ୟ କଂଗ୍ରେସ କନ୍ଦଳ ଉଗ୍ର ରୂପ ନେଇଥିଲା । ଯାହା ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଗତ ସେପ୍ଟେମ୍ବରରେ ପ୍ରଦୀପ ମାଝୀ ନବରଙ୍ଗପୁରରେ ଏକ ବିରାଟ ସମାବେଶରେ ନିଜ ଶତାଧିକ ସମର୍ଥକଙ୍କୁ ନେଇ ବିଜେଡିରେ ମିଶିବାର ପ୍ଲାନ ଥିବା କୁହାଯାଉଥିଲା । ମାତ୍ର ପରେ ଏହାକୁ ଗୁଜବ କହି ଖଣ୍ଡନ କରିଥିଲେ ଦୁଇ ନେତା । ଦଳ ଛାଡିବା ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ ବୋଲି କହିଥିଲେ ପ୍ରଦୀପ ।