ଭୁବନେଶ୍ବର:ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମବାସୀମାନେ ନିଜର ହକ ପାଇଁ ଆନ୍ଦୋଳନ କରୁଥିବା ବେଳେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ଲାଠି ମାଡ କରିଥିଲା । ଏହାସହ ପୋଲିସ ବହୁ ଲୋକଙ୍କୁ ଗିରଫ କରିଛି । ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।
କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଆବାହକ ଭାବରେ ରହିଛନ୍ତି । ଏହାସହ ରାମଚନ୍ଦ୍ର ଖୁଣ୍ଟିଆ , ନଟବର ବାରିକ, ଅରିନ୍ଦମ ସର୍ଖେଲ, ଅଂଶୁମାନ ମହାନ୍ତି ଏବଂ ଲଲାଟେନ୍ଦୁ ମହାପାତ୍ର କମିଟିର ସଦସ୍ୟ ରହିଛନ୍ତି ।