ଭୁବନେଶ୍ବର: ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କୋର୍ଟରେ ସାଂସଦଙ୍କ ପତ୍ନୀ ନିର୍ଯ୍ୟାତନା ନେଇ ପିଟିସନ ଦାଖଲ କରିବା ପରେ ଏବେ ବିରୋଧୀଙ୍କ ଟାର୍ଗେଟରେ ଅନୁଭବ ।
ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ହୋଇଥିବା କଂଗ୍ରେସର ଅଭିଯୋଗ ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ସତ୍ତ୍ବେ ମିଥ୍ୟା ତଥ୍ୟ ଦେଇ କନ୍ଦରପୁର କଲେଜରେ ପାଠ ପଢୁଥିବା କଥା ସତ୍ୟପାଠ ଦାଖଲ କରିଥିଲେ । ଏଭଳି ସଙ୍ଗିନ ଅଭିଯୋଗ କରିଛି ଓଡିଶା ପ୍ରଦେଶ କଂଗ୍ରେସ । ଯୁକ୍ତ 2 ଫେଲ ହୋଇ ଅନୁଭବ କନ୍ଦରପୁର କଲେଜରେ କିପରି ନାମ ଲେଖାଇଲେ ବୋଲି ପ୍ରଶ୍ନ କରିଛି ଦଳ ।
ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ହୋଇଥିବା କଂଗ୍ରେସର ଅଭିଯୋଗ ରାଜ୍ୟ ସରକାର ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ରାଜନୈତିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଯଦି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହେଲେ ଆଇନଗତ ଲଢେଇ ଲଢିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।
ସାଂସଦ ଅନୁଭବ ମହାନ୍ତି ଯୁକ୍ତ 2 ଫେଲ ହୋଇଥିବା କଂଗ୍ରେସର ଅଭିଯୋଗ କଂଗ୍ରେସ କହିଛି ଯେ ଜଣେ ସାଂସଦଙ୍କ ଚରିତ୍ର ଠିକ ହେବା ଦରକାର। ସାଧାରଣ ଲୋକ ହୋଇଥିଲେ ଏବେ ବନ୍ଧା ହୋଇ ସାରନ୍ତାଣି। ସାଂସଦଙ୍କୁ ସୁରକ୍ଷା ଦେବାକୁ ଆଇନ କାନୁନକୁ ଜଳାଞ୍ଜଳି ଦିଆ ଯାଇଛି। ଅନୁଭବ ମିଥ୍ୟା ତଥ୍ୟ ଦେଇ ସଂସଦର ଗାରିମା ନଷ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ଆଇନଗତ ଲଢେଇ ଲଢିବା ପାଇଁ ଚେତାବନୀ ଦେଇଛି କଂଗ୍ରେସ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ