ଓଡିଶା

odisha

ETV Bharat / city

ସତ୍ତା ପାଇଁ କଂଗ୍ରେସର କସରତ, ଆରମ୍ଭ ହେଲା ସଂକଳ୍ପ ଶିବିର - କଂଗ୍ରେସର ସଂକଳ୍ପ ଶିବିର

ରାଜ୍ୟ କଂଗ୍ରେସର ନବ ସଙ୍କଳ୍ପ ଶିବିର ଆରମ୍ଭ ହୋଇଛି । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ । ୨ ଦିନ ଧରି ଚାଲିବ ନବ ସଙ୍କଳ୍ପ ଶିବିର ବୈଠକ । ତୃଣମୂଳସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍ ।

ଆରମ୍ଭ ହେଲା କଂଗ୍ରେସର ସଂକଳ୍ପ ଶିବିର
ଆରମ୍ଭ ହେଲା କଂଗ୍ରେସର ସଂକଳ୍ପ ଶିବିର

By

Published : Jun 1, 2022, 12:42 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସର ନବ ସଙ୍କଳ୍ପ ଶିବିର ଆରମ୍ଭ ହୋଇଛି । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ । ୨ ଦିନ ଧରି ଚାଲିବ ନବ ସଙ୍କଳ୍ପ ଶିବିର ବୈଠକ । ତୃଣମୂଳସ୍ତରରେ କଂଗ୍ରେସକୁ ସୁଦୃଢ କରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍ । ଏହା ସହିତ ଦଳୀୟ ନେତାଙ୍କୁ ଶୃଙ୍ଖଳାର ପାଠ ପଢାଯିବ । ସର୍ବପୁରାତନ ଦଳ କିଛି ବର୍ଷ ହେବ ପଛୁଆ ପଡିଯାଇଛି । ସତ୍ତା ହରାଇ ସଙ୍କଟ ମଧ୍ୟରେ ସଂଘର୍ଷ କରୁଛି । ଫଳରେ ପୁଣି ଥରେ ଅଣ୍ଟା ସଳଖିବା ପାଇଁ ଏହି ଶିବିରର ଆୟୋଜନ ହୋଇଛି । ଏହି ସଂକଳ୍ପ ଶିବିର କଂଗ୍ରେସ ପାଇଁ କେତେ ମାତ୍ରାରେ ସଞ୍ଜିବନୀ ହେଉଛି ସମସ୍ତଙ୍କ ନଜର ରହିଛି ।

ଆରମ୍ଭ ହେଲା କଂଗ୍ରେସର ସଂକଳ୍ପ ଶିବିର

ବୈଠକଟି ନୂଆ ପିସିସି ସଭାପତିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ହେବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ ଚିନ୍ତନ ଶିବିର ହୋଇଛି । କଂଗ୍ରେସକୁ ତୃଣମୁଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ ଡ଼ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗ ଦେବେ। କଂଗ୍ରେସରୁ ଦୂରେଇ ଯାଇଥିବା ନେତା ମାନଙ୍କୁ ସାଥିରେ ନେଇ କିଭଳି ଆଗକୁ ବଢିବ ଦଳ ତାହା ଏବେ ଶରତଙ୍କ ପାଇଁ ବଡ଼ ଆହ୍ୱାନ । ଦଳ କିଭଳି ପୁନଃ ସଙ୍ଗଠିତ ହେବ । ଦଳୀୟ ନେତାଙ୍କୁ ଏକଜୁଟ କରି କିପରି ଅଣ୍ଟା ସଳଖିବ ସେ ନେଇ ବୈଠକରେ ରଣକୌଶଳ ପ୍ରସ୍ତୁତ ହେବ । 2024ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ ରୋଡମ୍ୟାପ ଦରକାର । ଏଥିପାଇଁ ବୈଠକରେ ମାନସ ମନ୍ଥନ କରାଯିବ ।

ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ବୈଠକ ହୋଇଛି । ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି ,ବରିଷ୍ଠ ନେତା ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗ ଦେଇଛନ୍ତି ସେହିପରି ଦ୍ୱିତୀୟ ଦିନ ବ୍ଲକ ସଭାପତିମାନେ ଯୋଗ ଦେବେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details