ଓଡିଶା

odisha

ETV Bharat / city

ଜରିମାନା ବାବଦକୁ କଟିଥିବା ଇ ଚାଲାଣକୁ ରଦ୍ଦକଲା ପରିବହନ ବିଭାଗ - ରାଜ୍ୟ ପରିବହନ ବିଭାଗ

୨୦୧୯ ଡିସେମ୍ବର ୩୧ ତାରିଖରୁ ୨୦୨୨ ଜୁଲାଇ ୩୧ ମଧ୍ୟରେ ହୋଇଥିବା ସମସ୍ତ ଗାଡି ଯାଞ୍ଚ ଓ ଜରିମାନା ଇ ଚାଲାଣକୁ ରଦ୍ଦ କଲା ରାଜ୍ୟ ପରିବହନ ବିଭାଗ ।

ଇ ଚାଲାଣକୁ ରଦ୍ଧ କଲା ରାଜ୍ୟ ପରିବହନ ବିଭାଗ
ଇ ଚାଲାଣକୁ ରଦ୍ଧ କଲା ରାଜ୍ୟ ପରିବହନ ବିଭାଗ

By

Published : Aug 15, 2022, 12:32 PM IST

କଟକ:ବିଗତ ୩ବର୍ଷ ମଧ୍ୟରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କରାଯାଇଥିବା ଗାଡି ଯାଞ୍ଚ ଓ ଜରିମାନା ଇ-ଚାଲାଣକୁ ରଦ୍ଦ କରାଯାଇଛି । ଏନେଇ ରାଜ୍ୟ ପରିବହନ କମିଶନର ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ହାଇକୋର୍ଟଙ୍କ ଆଦେଶ ପରେ ୨୦୧୯ ଡିସେମ୍ବର ୩୧ତାରିଖରୁ ୨୦୨୨ ଜୁଲାଇ ୩୧ ମଧ୍ୟରେ ସମସ୍ତ ଇ-ଚାଲାଣକୁ ରଦ୍ଦ କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ।

ଏହା ଫଳରେ ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଗାଡି ଯାଞ୍ଚ କରାଯାଇ ଯେଉଁ ସବୁ ରିପୋର୍ଟ ଦାଖଲ କରାଯାଇଥିଲା ଓ ଜରିମାନା ବାବଦକୁ ଯେଉଁ ସବୁ ଇ-ଚାଲାଣ କରାଯାଇଥିଲା, ସେସବୁ ଆଉ ଆଦାୟ କରାଯିବ ନାହିଁ ‌ବୋଲି ଜଣାପଡିଛି । ଗାଡ଼ି ଯାଞ୍ଚ ସଂକ୍ରାନ୍ତିୟ ମାମଲାର ବିଚାର କରି ହାଇକୋର୍ଟ ୧୫ ଜାନୁଆରୀ ୨୦୧୪ରେ ଏହି ଆଦେଶ ଦେଇଥିଲେ ।

ABOUT THE AUTHOR

...view details