ଓଡିଶା

odisha

ETV Bharat / city

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଇଚ୍ଛା ଡ୍ୟାମ ଶୀଘ୍ର ସାରିବାକୁ ଉଲ୍ଲେଖ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ଚିଠି ଲେଖିଛନ୍ତି ନବୀନ ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

By

Published : Nov 21, 2020, 6:42 PM IST

ଭୁବନେଶ୍ବର: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଇଚ୍ଛା ଡ୍ୟାମ ଓ ସୁବର୍ଣ୍ଣରେଖା ନଦୀରେ ଚାନ୍ଦିଲି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଚିଠି ଲେଖିଛନ୍ତି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଝାଡଖଣ୍ଡ ଖୁବଶୀଘ୍ର ଇଚ୍ଛା ଡ୍ୟାମ କାର୍ଯ୍ୟ ସାରିଲେ ଉଭୟ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଚାନ୍ଦିଲି ଡ୍ୟାମରେ ମୌସୁମୀ ବର୍ଷା ଜଳକୁ ସ୍ବାଭାବିକ ପରିମାଣରେ ଗଚ୍ଛିତ ରଖିଲେ ବନ୍ୟା ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଚ୍ଛା ଡ୍ୟାମ୍ କାର୍ଯ୍ୟ ସରିଲେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଉପଯୋଗୀ ହୋଇପାରିବ । ଡ୍ୟାମ କାର୍ଯ୍ୟରେ ଓଡିଶା ସରକାର ସହଯୋଗ କରୁଛନ୍ତି । 2016 ଦର ଅନୁସାରେ ଓଡିଶା 1208 କୋଟି ଟଙ୍କା ଝାଡଖଣ୍ଡ ସରକାରଙ୍କୁ ଦେବେ । ଇତିମଧ୍ୟରେ ଓଡିଶା 1026.91 କୋଟି ଟଙ୍କା ଝାଡଖଣ୍ଡକୁ ଦେଇସାରିଛି ।

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଇଚ୍ଛା ଡ୍ୟାମ୍ ପ୍ରକଳ୍ପ ଦ୍ବାରା ଓଡିଶାର 36ଟି ଗାଁ ପ୍ରଭାବିତ ହେବ । 5283 ଏକର ଜମିରୁ ଏଯାବତ୍ 5196 ଏକର ଅର୍ଥାତ୍ 98 ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି । 1369ଟି ପରିବାର ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ 1268ଟି ପରିବାର 93 ପ୍ରତିଶତ ପରିବାରକୁ କ୍ଷତିପୂରଣ ଦିଆସରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details