ଓଡିଶା

odisha

ETV Bharat / city

ମନରେଗା ହିତାଧୀକାରୀଙ୍କୁ ଠିକ ସମୟରେ ମଜୁରୀ ଦେବା ପାଇଁ ନବୀନଙ୍କ ଚିଠି - ନବୀନ ଲେଖିଲେ ଚିଠି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ମନରେଗା (NREGA) ହିତାଧୀକାରୀଙ୍କୁ ଠିକ ସମୟରେ ମଜୁରୀ ଦେବାକୁ (MGNREGS wage payments to workers) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 22, 2022, 8:56 PM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (Prime Minister Narendra Modi) ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) । ମନରେଗା (NREGA) ହିତାଧୀକାରୀଙ୍କୁ ଠିକ ସମୟରେ ମଜୁରୀ ଦେବାକୁ (MGNREGS wage payments to workers) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ମନରେଗା ହିତାଧୀକାରୀଙ୍କୁ ଠିକ ସମୟରେ ମଜୁରୀ ଦେବା ପାଇଁ ନବୀନଙ୍କ ଚିଠି

ନବୀନ ଚିଠିରେ ଦର୍ଶାଇଛନ୍ତି ଯେ, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସଠିକ କାର୍ଯ୍ୟାନ୍ୱୟନ ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତା ସହିତ ଏହାର ଲାଭ କିପରି ପ୍ରତ୍ୟେକ ହିତାଧିକାରୀ ପାଇପାରିବେ ସେନେଇ ମଧ୍ୟ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ଏହି ସୁବିଧା ହିତାଧିକାରୀଙ୍କୁ ମିଳିପାରୁନି । ସେମାନଙ୍କୁ ସଠିକ ସମୟରେ ସେମାନଙ୍କର ପ୍ରାପ୍ୟ ମିଳୁନଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ତେଣୁ ଏହି ପ୍ରାପ୍ୟକୁ ସଠିକ ସମୟରେ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ଶତପ୍ରତିଶତ ମନେରାଗ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇଛି । ବିଶେଷ କରି ଏଥିରେ ପ୍ରବାସୀ ଶ୍ରମିକ ଉପକୃତ ହୋଇଛନ୍ତି । କୋଭିଡ ପରେ କେନ୍ଦ୍ର ସରକାର ବିଜେଟରେ ମନରେଗା ଅର୍ଥ ବୃଦ୍ଧି କରିବା ଲାଗି ବ୍ୟବସ୍ଥା କରିଛନ୍ତି । ଏହା ଏକ ଭଲ ପଦକ୍ଷେପ । ଗ୍ରାମାଞ୍ଚଳରେ ରହୁଥିବା ପ୍ରବାସୀ ଲୋକଙ୍କ ଲାଗି ଏହା ବିଶେଷ ଭାବେ ସହାୟକ ହେଉଛି । 2022/23 ବର୍ଷ ଲାଗି ଓଡିଶା ସରକାର 1000 କୋଟି ଟଙ୍କାର ଫଣ୍ଡ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details