ଓଡିଶା

odisha

ETV Bharat / city

ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ ନବୀନ - ଭୁବନେଶ୍ବର ଖବର

ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ ନଭେମ୍ବର ୭ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ରାଶି ୭,୫୪୪ କୋଟି ଟଙ୍କା ଓଡି଼ଶା ପାଇଛି। ଅଧିକ ଖବର ପଢନ୍ତୁ...

ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ ନବୀନ

By

Published : Nov 9, 2019, 11:56 PM IST

ଭୁବନେଶ୍ବର:ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଓ ବକେୟା ରାଶିର ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ଏନଏସଏପି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଭୃତି ଜନକଲ୍ୟାଣ ଯୋଜନାର ଅର୍ଥ ବାକି ରହିଛି ।

ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ ନବୀନ
ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ ନବୀନ
ଦିଲ୍ଲୀରେ କେନ୍ଦ୍ରୀୟ ଅନୁଦାନର ସମୀକ୍ଷା କଲେ ନବୀନ

୨୦୧୯ ନଭେମ୍ବର ୭ ତାରିଖ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ରାଶି ୭,୫୪୪ କୋଟି ଟଙ୍କା ଓଡି଼ଶା ପାଇଛି । ଏହାପରେ ଆହୁରି ଅନ୍ୟାନ୍ୟ ଯୋଜନାରେ ଓଡ଼ିଶା ଅଧିକ ୬ ହଜାର କୋଟି ଟଙ୍କାର ଅର୍ଥ ପାଇବାକୁ ଅଛି । ଏହି ବିଷୟରେ କେନ୍ଦ୍ର ସରକାରଙ୍କ ଫଲୋଅଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରାଜ୍ୟରେ '୫ଟି'ର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details