ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡିଶାରେ ଏହାକୁ ଗଣପର୍ବ ଭାବେ ପାଳନ କରାଯାଏ। ଏହି ଅବସରରେ ରାଜ୍ୟବାସୀଙ୍କୁ ବୋଇତ ବନ୍ଦାଣ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆମ ସାଧବ ପୁଅଙ୍କ ଗୌରବମୟ ନୌବାଣିଜ୍ୟ ଗାଥାକୁ ସ୍ମରଣ କରି ଆସନ୍ତୁ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପାଇଁ ସଭିଏଁ ଏକ ହୋଇ ଆଗକୁ ବଢ଼ିବା ।