ଭୁବନେଶ୍ବର: 74 ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳୁନଥିଲେ ବି ବଡବଡ ନେତାମନ୍ତ୍ରୀଙ୍କ ଠାରୁ ସୋସିଆଲ ମିଡିଆରେ ଛୁଟିଛି ଶୁଭେଚ୍ଛାର ସୁଅ। ହେଲେ ଏତେ ଭିଡ ଭିତରେ ବାରି ହୋଇପଡିଛନ୍ତି ବିଗ୍ ଫ୍ୟାନ ଖଗେଶ୍ବର।
ଶୁଭେଚ୍ଛା କି ଉପହାର ନୁହେଁ ଭିନ୍ନ ରୂପରେ ନବୀନଙ୍କ ଜନ୍ମଦିନ ପାଳିଛନ୍ତି ସୁପରଫ୍ୟାନ ଖଗେଶ୍ବର ଦେହୁରୀ। ଏକ ଦଳୀୟ କାର୍ଯ୍ୟାଳୟରେ ସୁପ୍ରିମୋ ଆସିବା ଜାଣିବା ପରେ ଯଥେଷ୍ଟ ପୂର୍ବରୁ ଆସି ପହଞ୍ଚିଥିଲେ ଖଗେଶ୍ବର। ପ୍ରାୟ 3 ଘଣ୍ଟା ଧରି ସେ କେଶ ସଜ୍ଜା କରିଥିଲେ। ହେୟାର ଷ୍ଟାଇଲରେ ନବୀନଙ୍କ ପାଇଁ କେକ ଓ କ୍ୟାଣ୍ଡେଲ । ଦେହରେ ଥିଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଗାଉନ ।