ଭୁବନେଶ୍ବର:ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Nuakhai Wishes )। ସମ୍ବଲପୁରୀ ଭାଷାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ମାଆ ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।
Naveen Nuakhai Wish: ସମ୍ବଲପୁରୀ ଭାଷାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଶୁଭେଚ୍ଛା ମୁଖ୍ୟମନ୍ତ୍ରୀ ଭିଡିଓ ସେୟାର କରି କହିଛନ୍ତି, "ଜୟ ମା ସମଲେଶ୍ବରୀ । ଆପଣ ସମସ୍ତଙ୍କୁ ନୂଆଖାଇ ଜୁହାର । ମାଆ ସମଲେଇ ଆପଣମାନଙ୍କୁ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା । ଜୁହାର ।"
ରାତି ପାହିଲେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶା । କୋଭିଡ-୧୯ ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ହେଲା ନୂଆଁଖାଇ ଫିକା ପଡ଼ିଥିଲା । ଚଳିତ ବର୍ଷ ମହାଆଡ଼ମ୍ବର ଭାବେ ଉତ୍ସବ ପାଳନ କରାଯିବ । ନୂଆଁଖାଇର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି । ମା' ସମଲେଶ୍ବରୀ ସମସ୍ତଙ୍କୁ ଭଲରେ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା ମଧ୍ୟ କରିଛନ୍ତି ।
ଏହା ବି ପଢ଼ନ୍ତୁରାତି ପାହିଲେ ନୂଆଁଖାଇ, ଚଳଚଞ୍ଚଳ ଝାରସୁଗୁଡା
ଏହି ପୂଜାରେ ଉତ୍ପାଦିତ ନୂଆ ଧାନକୁ ରୀତିନୀତି ଅନୁସାରେ ପ୍ରଥମେ ଅଧିଷ୍ଠାତ୍ରୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯିବ । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ମିଳି ମିଶି ଖାଇଥାନ୍ତି । ଏହାପରେ ଆରମ୍ଭ ହେବ ନୂଆଁଖାଇ ଭେଟଘାଟ ।
ଗଣେଶ ପୂଜା ପରଦିନ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇବେ । ଏହିଦିନ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା ପଣା ପ୍ରସ୍ତୁତ ହୋଇଥାଏ । ଜମିରୁ ଉତ୍ପନ ଧାନକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କୁ ଅର୍ପଣ କରାଯାଏ । ଏହାପରେ ପରିବାରର ବୟୋଜ୍ୟଷ୍ଠ ସଭିଙ୍କୁ ନୂଆଁ ଖାଇବାକୁ ଦେଇଥାନ୍ତି । ଘରେ ତିଆରି ହୋଇଥିବା ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ସଭିଏଁ ମିଳି ମିଶି ଖାଇଥାନ୍ତି । ଏହାପରେ ଆରମ୍ଭ ହୁଏ ଜୁହାର ଭେଟ ।
ସାନମାନେ ମୁଣ୍ଡିଆ ମାରି ବଡ଼ମାନଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି । ଏହା ସାହି ପଡ଼ିଶା ତଥା ଗ୍ରାମରେ ସଭିଙ୍କୁ ନୂଆଁଖାଇ ଜୁହାର ଜଣାଇଥାନ୍ତି । ପଶ୍ଚିମ ଓଡିଶାରେ ଏହି ଦିନ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଥାଏ । ନୂଆଁଖାଇ ପରବର୍ତ୍ତୀ ଦିନକୁ ନୂଆଁଖାଇବାସୀ ବା ମିଳନର ପର୍ବ ରୂପେ ପାଳନ କରାଯାଏ । ଘରକୁ କୁଣିଆ ଆସିଲେ ଭୋଜିଭାତ କରି ପରସ୍ପର ମଧ୍ୟରେ ଜୁହାର ଭେଟ ହୋଇଥାନ୍ତି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ନାଚଗୀତରେ ସମସ୍ତେ ମସଗୁଲ ରହିଥାନ୍ତି ।