ଓଡିଶା

odisha

ETV Bharat / city

ରୋମ୍‌ରେ ପ୍ରବାସୀ ଓଡିଆଙ୍କୁ ଭେଟିଲେ ନବୀନ - ରୋମରେ ପ୍ରବାସୀ ଓଡ଼ିଆ

ରୋମରେ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Naveen meet Oriya people in Rome
ପ୍ରବାସୀ ଓଡିଆଙ୍କୁ ଭେଟିଲେ ନବୀନ

By

Published : Jun 24, 2022, 8:01 AM IST

Updated : Jun 24, 2022, 8:37 AM IST

ଭୁବନେଶ୍ବର: ରୋମର ହାର୍ସେଲର ହୋଟେଲରେ ପ୍ରବାସୀ ଓଡ଼ିଆଙ୍କ ସହ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ନବୀନ । ଏଥିସହ ପ୍ରଭୁଙ୍କ ସଂସ୍କୃତିକୁ ବ୍ରିଟେନ ଓ ୟୁରୋପୀୟ ଦେଶରେ ପ୍ରଚାର ଏବଂ ପ୍ରସାର ଲାଗି ପ୍ରୟାସ ଆରମ୍ଭ ହୋଇଛି । ଆଉ ଏହି ପ୍ରୟାସ ଆରମ୍ଭ କରିଛନ୍ତି ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ସମାଜ ।

ପ୍ରବାସୀ ଓଡିଆଙ୍କୁ ଭେଟିଲେ ନବୀନ

ୟୁରୋପର 12ଟି ଦେଶର ପ୍ରବାସୀ ଓଡ଼ିଆ ଏହି ବୈଠକରେ ସାମିଲ ହୋଇଛନ୍ତି । ସାମିଲ ଓଡ଼ିଆମାନଙ୍କ ମଧ୍ୟରେ ବ୍ୟବସାୟୀ, ଗବେଷକ, ମିଶନାରୀ, ବିଭିନ୍ନ କ୍ଷେତ୍ରର ଛାତ୍ର ଯଥା ମେଡ଼ିକାଲ, ଇଂଜିନିୟରିଂ, ଆଇଟି, ବୁଦ୍ଧିଜୀବୀ ପ୍ରମୁଖ ଥିଲେ । ଲଣ୍ଡନରେ ଥିବା ଜଗନ୍ନାଥ ସମାଜ ଓ ପ୍ରବାସୀ ଓଡିଆମାନେ ନିର୍ମାଣ କରିବେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର । ଏହା 2024 ସୁଦ୍ଧା ଶେଷ ହେବା ନେଇ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟ ମନ୍ଦିର ନିର୍ମାଣ ଲାଗି ଆନୁମାନିକ 5 ମିଲିୟନ୍ ଡଲାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏଥିପାଇଁ ସହାୟତା ଯୋଗାଇବାକୁ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ଏବଂ ଦିଲ୍ଲୀର ଆବାସିକ କମିଶନର । ତେବେ ରାଜ୍ୟ ପ୍ରଗତିରେ କିପରି ପ୍ରବାସୀ ଓଡିଆମାନେ ଭାଗୀଦାର ହୋଇପାରିବେ ସେ ନେଇ ଦିଗଦର୍ଶନ ଦେଇଛନ୍ତି ନବୀନ ।

Last Updated : Jun 24, 2022, 8:37 AM IST

ABOUT THE AUTHOR

...view details