ଭୁବନେଶ୍ବର: ଟୋକିଓ ପାରା ଅଲମ୍ପିକରେ ପଦକ ଜିତିଥିବା ପାରା-ବ୍ୟାଡମିଣ୍ଟନ ଖେଳାଳିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ପାରା ଅଲମ୍ପିକ ପଦକ ବିଜେତା ପ୍ରମୋଦ ଭଗତ, ମନୋଜ ସରକାର, ତରୁଣ ଧିଲନ, ପାରୁଲ ପରମାର, ପଲକ କୋହଲି ଏବଂ ରାଜକୁମାର ପ୍ରମୁଖଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି ।
ଭାରତୀୟ ପାରା ଅଲମ୍ପିକ କମିଟିର ସଭାପତି ଦୀପା ମଲ୍ଲିକ, ଚେୟାରମ୍ୟାନ ପ୍ରଭାକର ରାଓ, ଭାରତୀୟ ପାରା ବ୍ୟାଡ଼ମିଣ୍ଟନ ଟିମର ମୁଖ୍ୟ କୋଚ୍ ଗୌରବ ଖାନା, ଓଡିଶା ପାରା ବ୍ୟାଡ଼ମିଣ୍ଟନ ଟିମର କୋଚ୍ ଶିବ ପ୍ରସାଦ ଦାସ ଉପସ୍ଥିତ ରହିଥିଲେ ।