ଓଡିଶା

odisha

ETV Bharat / city

ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ ବୈଶାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା - ଓଡିଆ ଝିଅ ବୈଶାଳୀ

ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଓଡିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା । ଅଧିକ ପଢନ୍ତୁ...

ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ ବୈଶାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ ବୈଶାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Jul 5, 2020, 5:23 PM IST

ଭୁବନେଶ୍ବର: ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଓଡିଆ ଝିଅ ବୈଶାଳୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟର ହ୍ୟାଣ୍ଡେଲରେ ବୈଶାଳୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦିଆଯାଇଛି ।

ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ ବୈଶାଳୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଯେଉଁ ମହିଳାମାନେ ବିଶ୍ବ ଦରବାରରେ ଅନେକ ରେକର୍ଡ ଭାଙ୍ଗୁଛନ୍ତି, ସେଭଳି ଭାରତୀୟ ମହିଳାମାନଙ୍କ ପାଇଁ ବୈଶାଳୀ ଏକ ଉଦାହରଣ ବୋଲି ସିଏମଓ ଟ୍ବିଟର ହ୍ୟାଣ୍ଡଲରେ ଲେଖାଯାଇଛି | ଏହାସହ ତାଙ୍କ ଆଗାମୀ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୁରୀର ଜଣାଶୁଣା ସମାଜସେବୀ ତଥା ଲେଖିକା ମାନସୀ ପ୍ରଧାନ ଓ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ରାଧାବିନୋଦ ମହାନ୍ତିଙ୍କ ସୁପୁତ୍ରୀ ହେଉଛନ୍ତି ବୈଶାଳୀ । 2016ରେ ଅକ୍ସଫୋର୍ଡ ୟୁନିଭରସିଟିରୁ ସ୍ନାତକୋତ୍ତର ସମାପ୍ତ କରିବା ପରେ ବୈଶାଳୀ ଜାତିସଂଘରେ ବିଶ୍ବର ପ୍ରତିଷ୍ଠିତ ଆନ୍ତର୍ଜାତୀୟ ନାଗରିକ ସେବାରେ ଯୋଗଦେବା ପାଇଁ ମନୋନୀତ ହୋଇଥିଲେ ।

ABOUT THE AUTHOR

...view details