ଓଡିଶା

odisha

ETV Bharat / city

ଆନ୍ଧ୍ରରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ - ଆନ୍ଧ୍ର ପ୍ରବାସୀ ଶ୍ରମିକ ମୃତ୍ୟୁ

ଗୁଣ୍ଟୁର ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା । ଅଧିକ ପଢନ୍ତୁ...

ଆନ୍ଧ୍ରରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୨ ଲକ୍ଷ ଅନୁକମ୍ପ ଅର୍ଥ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଆନ୍ଧ୍ରରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୨ ଲକ୍ଷ ଅନୁକମ୍ପ ଅର୍ଥ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

By

Published : Jul 30, 2021, 6:16 PM IST

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଏହି ହୃଦୟ ବିଦାରକ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ନବୀନ ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁଣ୍ଟୁର ଜିଲ୍ଲା ଲଙ୍କାବଣୀ ସ୍ଥିତ ରାପେଲ ଅଞ୍ଚଳରେ ଚିଙ୍ଗୁଡି ଘେରିରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସମସ୍ତେ ରାୟଗଡାର ପ୍ରବାସୀ ଶ୍ରମିକ ।

ସଟସର୍କିଟର କାରଣ ବିଦ୍ୟୁତ ତାର ଛିଣ୍ଡି ହୋଇଥିବା ସ୍ଥାନୀୟ ଲୋକେ ଆଶଙ୍କା କରୁଥିବା ବେଳେ ବିଦ୍ୟୁତ ବିଭାଗ ଏହାକୁ ଖଣ୍ଡନ କରିବା ସହ ଭିନ୍ନ ଯୁକ୍ତି ବାଢୁଛି । ତେବେ ଏହି ଦୁର୍ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details