ଭୁବନେଶ୍ବର: ୧୧ ବର୍ଷ ପୂର୍ତ୍ତି ପାଳନ କରିଛି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଶିଶୁ ସୁରକ୍ଷାର କର୍ଣ୍ଣଧାର ସାଜିଥିବା
ଓ ତାଙ୍କ ଅଧିକାର ପାଇଁ ଲଢେଇ କରୁଥିବା ଆୟୋଗ ସର୍ବଦା ଶିଶୁର ଶାରୀରିକ ମାନସିକ ଓ ଭୌତିକ ବିକାଶ ଦିଗରେ କାର୍ଯ୍ୟ କରିଥାଏ । ତେଣୁ ଶିଶୁଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବାଲ୍ୟବିବାହ ରୋକିବା, ଶିଶୁ ଶ୍ରମିକ ମୁକ୍ତ ଓଡିଶା ଓ ସଚେତନତା କାର୍ଯ୍ୟକ୍ରମ କରିଥାଏ ଏହି ଆୟୋଗ ।ଏଣୁ, ଚଳିତ ବର୍ଷ ଶିଶୁଙ୍କ ସୁରକ୍ଷା ଓ ସଚେତନତାକୁ ନେଇ ୧୧ତମ ପ୍ରତିଷ୍ଠା ଦିବସରେ ୪୦ ଦିନିଆ ସଚେତନତା କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଛି ।
କିଟ ବିଶ୍ୱବିଦ୍ୟାଳୟ ପରିସରରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଅବସରରେ ପିଲାମାନଙ୍କର ମାନସିକ, ସ୍ୱାସ୍ଥ୍ୟ ସୁରକ୍ଷା ଯତ୍ନ ବିଷୟରେ ଆଲୋଚନା କରାଯାଇଥିଲା । କାରଣ କରୋନା ସମୟରେ ପିଲାମାନେ ହିଁ ଅଧିକ ମାନସିକ ଚାପରେ ରହିଥିଲେ । ସଂକ୍ରମଣ ପାଇଁ ସ୍କୁଲ ନଯାଇ ଅନଲାଇନ କ୍ଲାସ ହୋଇଥିଲା, ଯାହାର ଉପକାରିତା ଅପେକ୍ଷା ଅପକାରିତା ପିଲାମାନଙ୍କ ଉପରେ ପଡିଥିଲା । ଯାହାର ନୀରାକାରଣକୁ ନେଇ ଶିଶୁଙ୍କ ସୁରକ୍ଷା, ସମ୍ମାନ ଓ ଯତ୍ନକୁ ଅଧିକ ତ୍ଵରାନିତ୍ଵ କରିବା ପାଇଁ କହିଥିଲେ ଆୟୋଗର ଅଧକ୍ଷ ସନ୍ଧ୍ୟାବତୀ ପ୍ରଧାନ ।