ଓଡିଶା

odisha

By

Published : Oct 2, 2022, 3:40 PM IST

ETV Bharat / city

ହକି ବିଶ୍ୱକପ: ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି

ମୁଣ୍ଡ ଉପରେ ହକି ବିଶ୍ୱକପ । 2023 ଜାନୁଆରୀ 13ରୁ ରାଉରକେଲାରେ ହକି ବିଶ୍ବକପ ଅନୁଷ୍ଠିତ ହେବ । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ କେନ୍ଦ୍ର ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

chief secretary letter to Union Secretary
ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି

ଭୁବନେଶ୍ବର:ମୁଣ୍ଡ ଉପରେ ହକି ବିଶ୍ୱକପ । ଆସନ୍ତା ବର୍ଷ ଜାନୁଆରୀ 13ରୁ ହକି ଗଡ ସୁନ୍ଦରଗଡରେ ଅନୁଷ୍ଠିତ ହେବ । ଭୁବନେଶ୍ୱର ସହ ରାଉରକେଲାରେ ଆୟୋଜନ ହେବ ବିଶ୍ୱକପର ମ୍ୟାଚ୍‌ । ବିଶ୍ଵକପ ପାଇଁ ଦେଶ ଓ ବିଦେଶରୁ ଆସିବେ ଦର୍ଶକ ଓ ପର୍ଯ୍ୟଟକ ହେଲେ ଅଧାପାନ୍ତରିଆ ହୋଇଛି ରାଉରକେଲା ବିମାନ ବନ୍ଦର । ତୁରନ୍ତ ଏ ନେଇ ପଦକ୍ଷେପ ନେବା ସହ କାମ ସାରିବାକୁ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜ୍ୟ ସରକାର । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ଇସ୍ପାତ ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର ସିଂହଙ୍କୁ ଚିଠି ଲେଖିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ହକି ବିଶ୍ୱକପ: ରାଉରକେଲା ଏୟାରପୋର୍ଟ କାମ ସାରିବାକୁ କେନ୍ଦ୍ର ସଚିବଙ୍କୁ ସିଏସଙ୍କ ଚିଠି
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଚିଠିରେ ଦର୍ଶାଇଛନ୍ତି ଯେ, ''ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ । ଜାନୁଆରୀ ମାସରେ ଭୁବନେଶ୍ୱର ସମେତ ରାଉରକେଲା ବିର୍ସାମୁଣ୍ଡ ଷ୍ଟାଡିୟମରେ ଆୟୋଜନ ହେବ ବିଶ୍ୱକପ ମ୍ୟାଚ୍‌ । ରାଉରକେଲା ବିମାନବନ୍ଦର କାର୍ଯ୍ୟ ଉଡାଣ ଯୋଜନାରେ SAIL ଏହାର ବିକାଶ କରୁଛି । SAIL ଓ AAI ମଧ୍ୟରେ ଏନେଇ 2018ରେ MoU ହୋଇଛି । 2022 ଅକ୍ଟୋବର ମାସ ସୁଦ୍ଧା କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଏହା ବିଳମ୍ବ ହେବାରେ ଲାଗିଛି । ଯଥାଶୀଘ୍ର କାମ ଶେଷ କରାଯାଉ ।''

ଏହା ବି ପଢନ୍ତୁ...ସ୍ମୃତିରେ ମହାପୁରୁଷ, ଦେଶ ପାଳୁଛି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ
ବିଶ୍ୱକପ ସମୟରେ ପରିବହନ କ୍ଷେତ୍ରରେ ରାଉରକେଲା ଏୟାରପୋର୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୁରୁଷ ହକି ବିଶ୍ୱକପ ପାଇଁ ଏହାର ବଡ ଭୂମିକା ରହିବ । ରାଉରକେଲା ଏୟାରପୋର୍ଟ କାମ ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଅନୁରୋଧ କରିଛନ୍ତି । ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ବିଶ୍ବକପର ସଫଳ ଆୟୋଜନ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ସୁରେଶ ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

ପ୍ରକାଶ ଥାଉ କି, 2023 ଜାନୁଆରୀ 23ରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ବକପ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ବକପ ପାଇଁ ଦଳକୁ 4ଟି ପୁଲ୍‌ରେ ଭାଗ କରାଯାଇଛି । ଭାରତ ପୁଲ ଡିରେ ରହିଛି । ରାଉରକେଲାରୁ ଭାରତ ତାର ଅଭିଯାନ ଆରମ୍ଭ କରିବ । ସ୍ପେନକୁ ଭେଟିବ ଭାରତ । ବିର୍ସାମୁଣ୍ଡା ଷ୍ଟାଡିମୟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details