ଭୁବନେଶ୍ବର:ଚିନ୍ତା ବଢାଇଲାଣି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ।ରାଜ୍ୟରେ ଓମିକ୍ରନ ମାମଲା ଚିହ୍ନଟ ପରେ ସଜାଗ ହେଉଛନ୍ତି ସରକାର । ଆଜି ଓମିକ୍ରନ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ବୈଠକ । ଲୋକସଭା ଭାବନରେ ବସିବ ବୈଠକ ।
ଗତକାଲି ରାଜ୍ୟରେ ଦୁଇଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିବା ସୂଚନା ମିଳିଛି । ବିଦେଶରୁ ଫେରିବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା ଦୁଇଦିନ ପରେ ତାଙ୍କର ଲକ୍ଷଣ ଦେଖା ଦେଇଥିଲା । ପରେ ତାଙ୍କ ଜେନମ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଥିଲା । ଓମିକ୍ରନ ମାମଲା ଚିହ୍ନଟ ପରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ ଫେରିଛି ।