ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବଙ୍କ ରାଉରକେଲା ଗସ୍ତ। ରାଉରକେଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ୨୦୨୩ ପୁରୁଷ ହକି ବିଶ୍ବକପ ଖେଳାଯିବାକୁ ଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ 5T ସଚିବ ଭି.କେ. ପାଣ୍ଡିଆନ୍ ରାଉରକେଲା ଗସ୍ତରେ ଯାଇ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ।
ରାଉରକେଲାରେ ପହଞ୍ଚିବା ପରେ ଦଳ ପ୍ରଥମେ BPUT କ୍ୟାମ୍ପସରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପ୍ରକଳ୍ପର ଠିକ ସମୟରେ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। 2023 ପୁରୁଷ ହକି ବିଶ୍ବକପର ଆୟୋଜକ ରହିଛି ଓଡିଶା । ବିଶ୍ବକପ୍ ଟୁର୍ନାମେଣ୍ଟର ମ୍ୟାଚ୍ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ । ଏହି ମେଗା ଇଭେଣ୍ଟ ଭାରତର ସବୁଠୁ ବଡ ହକି ଷ୍ଟାଡିୟମରେ ହେବାକୁ ଯାଉଛି ।
ଅନ୍ତର୍ଜାତୀୟ ହକି ଫେଡେରେସନର ମାନଦଣ୍ଡ ଅନୁଯାୟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରୀୟ ହକି ଷ୍ଟାଡିୟମ ସହ ଆଷ୍ଟ୍ରୋ ଟର୍ଫ ରଖାଯିବ । ଏହି ଷ୍ଟାଡିୟମରେ 20,000 ରୁ ଅଧିକ ଦର୍ଶକଙ୍କ କ୍ଷମତା ରହିବ । ଷ୍ଟାଡିୟମରେ ଅଭ୍ୟାସ ଟର୍ଫ, ଉନ୍ନତ ଫିଟନେସ୍ ସେଣ୍ଟର ଏବଂ ନାଇଟ୍ ଟାଇମ୍ ମ୍ୟାଚ୍ ପାଇଁ ଫ୍ଲଡ ଲାଇଟ୍ ଯୋଗାଇ ଦିଆଯାଇଛି । ସୁନ୍ଦରଗଡର ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ 5T ପଦକ୍ଷେପ ଅଧୀନରେ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ପଦକ୍ଷେପ ହାଇସ୍କୁଲ୍ ଟ୍ରାନ୍ସଫର୍ମେସନ୍ ଅନୁଯାୟୀ ଏକ ଫେସ୍ ଲିଫ୍ଟ ପାଇଛନ୍ତି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡର ୬୭ଟି ପରିବର୍ତ୍ତିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉତ୍ସର୍ଗ କରିଛନ୍ତି । ଆହୁରି ଏକ ପଦକ୍ଷେପ ନେବାକୁ ଏବଂ ୧୦୦ ରୁ ଅଧିକ ପରିବର୍ତ୍ତିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉତ୍ସର୍ଗ କରିବାକୁ କାର୍ଯ୍ୟଚାଲିଛି ।