ଭୁବନେଶ୍ବର:ଧାମନଗର ଉପନିର୍ବାଚନ(Dhamnagar By-Election ) ନେଇ ବାଜି ସାରିଛି ବିଗୁଲ । ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଧାମନଗର ଉପନିର୍ବାଚନ । ଏନେଇ ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ନିର୍ବାଚନ କମିଶନ । ପ୍ରାଥମିକ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ବେଳେ ଆଜି(ଶୁକ୍ରବାର) ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ହେବ ସେନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି(Odisha CEO Sushil Kumar Lohani ) ଆଜି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ''ଯେବେ ଠାରୁ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେବେଠାରୁ ଭଦ୍ରକ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜାନୁଆରୀ 2022 ଇଲେକ୍ଟ୍ରାରୋଲ ଅନୁସାରେ ଧାମନଗରର ମୋଟ ଭୋଟର ସଂଖ୍ୟା 2 ଲକ୍ଷ 38 ହଜାର 360 ଜଣ । ସେମାନଙ୍କ ମଧ୍ୟରୁ 1 ଲକ୍ଷ 23 ହଜାର 13 ଜଣ ପୁରୁଷ ଭୋଟର ଅଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟା ହେଉଛି 1 ଲକ୍ଷ 15 ହଜାର 314 ଜଣ । 4956 ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ 2533 ଜଣ ପୁରୁଷ ଓ 2423 ଜଣ ମହିଳା ଭୋଟର ରହିଛନ୍ତି । ସେହିପରି 33 ଜଣ କିନ୍ନର ଭୋଟର ।
ଏହା ମଧ୍ୟ ପଢନ୍ତୁ:ଧାମନଗର ଉପନିର୍ବାଚନ: ରେସରେ ଅନେକ, କାହାକୁ ଭରସା କରିବେ ନବୀନ ?
80 ବର୍ଷରୁ ଅଧିକ ଭୋଟର ସଂଖ୍ୟା 7206 ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ 3495 ପୁରୁଷ ଓ 3711 ମହିଳା ଭୋଟର ଅଛନ୍ତି, ସେହିପରି 456 ଜଣ ସର୍ଭିସ ଭୋଟର ଅଛନ୍ତି । ଶତ ପ୍ରତିଶତ ଭୋଟରଙ୍କୁ ଭୋଟର ଆଇକାର୍ଡ ଦିଆଯାଇଛି । ଜାନୁଆରୀ ପହିଲା 2022ରେ ପ୍ରକାଶିତ ଇଲେକ୍ଟ୍ରାରୋଲ ପରେ ମଧ୍ୟ ତାଲିକାରେ ଅପଗ୍ରେଡ ହେଉଛି । ନାମାଙ୍କନର ଶେଷ ତାରିଖ ଅର୍ଥାତ ଅକ୍ଟୋବର 14 ଯାଏଁ ଅପଗ୍ରେଡ ହୋଇଥିବା ତାଲିକା ନିର୍ବାଚନରେ ବ୍ୟବହାର ହେବ ।'' ଗତ 4 ତାରିଖ ଯାଏଁ ଯେଉଁମାନେ ଭୋଟ ତାଲିକାରେ ସାମିଲ ହେବା ଲାଗି ଆବେଦନ କରିଥିବେ, ସେମାନଙ୍କର ନାଁ ପ୍ରୋସେସିଂ ହେବା ନେଇ କହିଛନ୍ତି ସୁଶୀଲ କୁମାର ଲୋହାନି ।
ଏହା ମଧ୍ୟ ପଢନ୍ତୁ:Dhamnagar By-Poll: ଦଳୀୟ ପ୍ରାର୍ଥୀ କିଏ ହେବେ ଦଳର ନେତୃତ୍ୱ ନିଷ୍ପତ୍ତି ନେବ: ଧର୍ମେନ୍ଦ୍ର