ଓଡିଶା

odisha

By

Published : Jun 16, 2022, 7:52 AM IST

ETV Bharat / city

ଆଜି ଶେଷ ରଜ, ଉତ୍ସବ ମୁଖର ଗାଁଠୁ ସହର

ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ । ଶେଷ ରଜକୁ ଧୁମଧାମରେ ପାଳିବା ଫାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଅଧିକ ପଢନ୍ତୁ

ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ
ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ

ଭୁବନେଶ୍ବର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ । ଶେଷ ରଜକୁ ଧୁମଧାମରେ ପାଳିବା ପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ପହିଲି ରଜକୁ ଉପଭୋଗ କରିବା ପରେ ରଜ ସଂକ୍ରାନ୍ତିର ମାହୋଲ ବେଶ ଜମିଥିଲା । ପିଠାପଣାର ବାସ୍ନାରେ ପୁରପଲ୍ଲୀରେ ମହକୁଛି । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ । ସଂକ୍ରାନ୍ତିରେ ଭଗବାନଙ୍କୁ ଦର୍ଶନ କରିବା ସହ ପିଠା ଖାଇ ସଜ ହୋଇ ରଜ ମଉଜ କରିଥିଲେ ସଭିଏଁ । ଶେଷ ରଜର ସକାଳକୁ ଉତ୍ସହ ଓ ଉଦ୍ଦୀପନାର ସହ ସଭିଏଁ ସ୍ବାଗତ କରିଛନ୍ତି ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ସମାନ ଭାବରେ ଗାଁରୁ ନେଇ ସହର ଚଳଚଞ୍ଚଳ ହୋଇଛି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ । ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି । କୁମାରୀମାନଙ୍କ ପାଇଁ ରଜପର୍ବ ବିଶେଷ ଗୁରୁତ୍ବବହନ କରେ । ତେଣୁ ମା’ମାଟିକୁ ଝିଅମାନଙ୍କ ସହ ତୁଳନା କରାଯାଇ ସେମାନଙ୍କୁ ବିଶ୍ରାମ ଦିଆଯାଏ । ଆସନ୍ତାକାଲି (ଶୁକ୍ରବାର) ବସୁମତୀ ସ୍ନାନ । ମାଟି ମାଆକୁ ପୂଜା କରାଯାଏ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details