ଭୁବନେଶ୍ବର: ଗୁରୁବାର ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା କ୍ୟାରିୟର୍ ପୋର୍ଟାଲ୍ର ଶୁଭାରମ୍ଭ ହୋଇଛି । ଏହି ନୂତନ ଓଡ଼ିଶା କ୍ୟାରିଅର୍ ପୋର୍ଟାଲ୍କୁ ଏକ ଅଦ୍ୱିତୀୟ ଏବଂ ସମୟପଯୋଗୀ ପୋର୍ଟାଲ କହିବା ସହିତ ଛାତ୍ରଛାତ୍ରୀଙ୍କ ପାଠ ପଢିବାରେ ଏହା ସହାୟକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
କୋରୋନା ମହାମାରୀ ଯୋଗୁଁ ପୂର୍ବରେ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଛି । ଏଭଳି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଏହି ପୋର୍ଟାଲ ଏକ ଜରୁରୀକାଳୀନ ସହାୟତା ଯୋଗାଇବ । ଏହି କ୍ୟାରିଅର ପୋର୍ଟାଲର ଏକ ସ୍ବତନ୍ତ୍ରତା ରହିଛି । ଏହାର ସମସ୍ତ ପାଠ୍ୟ ବିଷୟଗୁଡ଼ିକରେ ଆଞ୍ଚଳିକ ଭାବ ପ୍ରବଣତା ସହିତ ସାମ୍ପ୍ରତିକତା ବଜାୟ ରହିବ । ଶିକ୍ଷାର୍ଥୀମାନେ ଏହାର ଡ୍ୟାସ୍ବୋର୍ଡକୁ ଖୁବ୍ ସହଜରେ ନିଜର ଆଇଡି ଦ୍ୱାରା ଲଗ୍ଇନ୍ କରି ଏହାକୁ ଖୋଲିପାରିବେ ଏବଂ ଆବଶ୍ୟକୀୟ ସୂଚନା ପାଇବା ସହିତ ସଠିକ୍ ଭାବେ ସେଥିରେ ଶିକ୍ଷାପ୍ରାପ୍ତି ପାଇଁ ଆବେଦନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।