ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ସାଧାରଣ ଓ ଉପ ନିର୍ବାଚନ ହେବ । ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ୮୨୪ ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି । ମାର୍ଚ୍ଚ 27ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ 29 ରେ ସରିବ । ମେ 2 ରେ ଭୋଟ ଗଣତି ହେବ । ନିର୍ବାଚନ ପରିଚାଳନା ଲାଗି ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଏଥିରେ ଓଡ଼ିଶା କ୍ୟାଡରର ଆଇଏଏସ ଓ ଆଇପିଏସଙ୍କୁ ମଧ୍ୟ ଦାଇତ୍ବ ଦିଆଯାଇଛି ।
ଓଡିଶା କ୍ୟାଡର ଆଇଏଏସ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, କେନ୍ଦ୍ରାଞ୍ଚଳ ଆରଡିସି ସଚିବ ଧନଞ୍ଜୟ ହେମ୍ବ୍ରମ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ, ଓଡିଶା ରାଜ୍ୟ ମାନବ ଅଧିକାର କମିଶନର ସଚିବ ସୁନୀଲ କୁମାର ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ବେଣୁଧର ବେହେରା, ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କୃଷି ବିଭାଗର ସ୍ବତନ୍ତ୍ର ସଚିବ ସୁରେଶ କୁମାର ବଶିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି ।