ଭୁବନେଶ୍ବର: ଓଡିଶାରେ ଅଧିକ ରହିଛନ୍ତି ଛତିଶଗଡ କ୍ୟାଡର ମାଓବାଦୀ । ତାଠୁ କମ ଅଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନା କ୍ୟାଡର ମାଓବାଦୀ । ତେବେ ପଡୋଶୀ ରାଜ୍ୟର ମାଓବାଦୀଙ୍କ ବ୍ୟତୀତ ରାଜ୍ୟରେ ମାତ୍ର 20 ମଧ୍ୟରେ ସୀମିତ ଅଛି ଓଡିଶା କ୍ୟାଡର ମାଓବାଦୀଙ୍କ ସଂଖ୍ୟା, ଯାହାକି ପୂର୍ବ ଅପେକ୍ଷା ଖୁବ କମ ବୋଲି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ମାଲକାନଗିରି ଓ କୋରାପୁଟ ଗସ୍ତ ସାରି ଫେରିବାବେଳେ ପୋଲିସ ଡିଜି ଅଭୟ ଭୁବନେଶ୍ବର ବିମାନବନ୍ଦରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ ୨୦ ଭିତରେ ସୀମିତ ଓଡିଶା କ୍ୟାଡର ମାଓବାଦୀଙ୍କ ସଂଖ୍ୟା: ଡିଜି - Maoist problem in odisha
ରାଜ୍ୟରେ ହ୍ରାସ ପାଉଛି ମାଓବାଦୀଙ୍କ ସଂଖ୍ୟା । ରାଜ୍ୟ କ୍ଯାଡରର ମାଓବାଦୀଙ୍କ ସଂଖ୍ୟା ଏବେ ମାତ୍ର 20ରେ ସୀମିତ । ଅପେକ୍ଷାକୃତ ଅଧିକ ରହିଛନ୍ତି ଛତିଶଗଡ ଓ ଆନ୍ଧ୍ରର ମାଓବାଦୀ । ମାଲକାନଗିରି ଗସ୍ତରୁ ଫେରି ସୂଚନା ଦେଲେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...
ରାଜ୍ୟରେ ୨୦ ଭିତରେ ସୀମିତ ଓଡିଶା କ୍ୟାଡର ମାଓବାଦୀଙ୍କ ସଂଖ୍ୟା: ପୋଲିସ ଡିଜି
ଉଭୟ ଜିଲ୍ଲାରେ ମାଓ ଅପରେସନର ସମୀକ୍ଷା ଓ ମାଓ ପ୍ରବଣ ମାଲକାନଗିରିର ଜୋଡାମ୍ବ ଥାନା ଉଦଘାଟନ ପାଇଁ ଯାଇଥିଲେ ଡିଜିପି । ଡିଜିପିଙ୍କ ସହ ଆଇଜି ଅପରେସନ ଓ ଡାଇରେକ୍ଟର ଇଣ୍ଟେଲିଜେନ୍ସି ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ। ତେବେ ଥାନାର ଉଦଘାଟନ ସମୟରେ ଆନ୍ଧ୍ରର ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ମାଓ ଗତିବିଧି ଓ ଅପରେସନ ନେଇ ସ୍ବତନ୍ତ୍ର ଆଲୋଚନା ହୋଇଛି । ତେବେ ଗୁମା ଏରିଆର ACM ପାହ୍ୟାର ଦୁଇ ମହିଳା ମାଓବାଦୀ ଦେବେ ପୋଡିଆମି ଓ AOB ମିଲିଟାରିର ଗୀତା ପୋଦିଆମି ମଧ୍ୟ ଆତ୍ମ ସମର୍ପଣ କରିଥିବା ସୂଚନା ରହିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ