ଓଡିଶା

odisha

ETV Bharat / city

Cabinet Meeting: ସନ୍ଧ୍ୟା ୭.୩୦ରେ କ୍ୟାବିନେଟ ବୈଠକ, ରାଜସ୍ବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବରେ ବାଜିବ ମୋହର

ସନ୍ଧ୍ୟା ୭.୩୦ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ । ଅଧିକ ପଢ଼ନ୍ତୁ

By

Published : Jan 10, 2022, 5:41 PM IST

Updated : Jan 10, 2022, 7:24 PM IST

important decision to taken in Odisha cabinet meeting to be held on tomorrow
ଆସନ୍ତାକାଲି କ୍ୟାବିନେଟ ବୈଠକ, ରାଜସ୍ବ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବରେ ବାଜିବ ମୋହର

ଭୁବନେଶ୍ବର: ଆଜି ସନ୍ଧ୍ୟା ୭.୩୦ରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବ । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବୈଠକରେ ଉପସ୍ଥିତ ରହିବେ ।

ଆସନ୍ତାକାଲି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଏଥିପାଇଁ କାଲି ହେବାକୁ ଥିବା କ୍ୟାବିନେଟ୍‌ ବୈଠକ ଆଜି ହେବ । ଆଚରଣ ବିଧି ଲାଗୁ ହେବାପରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ ରାଜ୍ୟ ସରକାର ।

ନୂଆବର୍ଷରେ ଏହା ଦ୍ଵିତୀୟ କ୍ୟାବିନେଟ ବୈଠକ । ମନ୍ତ୍ରୀମାନେ ଲୋକସେବା ଭବନ ସମ୍ମିଳନୀ କକ୍ଷ ଓ ଜିଲ୍ଲା ମୁଖ୍ୟାଳୟରୁ ଭିସିରେ ଉପସ୍ଥିତ ରହିବେ । ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗିବା ପୂର୍ବରୁ ରାଜ୍ୟ କ୍ୟାବିନେଟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିବ । ରାଜସ୍ୱ ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରସ୍ତାବରେ ମୋହର ବାଜିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jan 10, 2022, 7:24 PM IST

ABOUT THE AUTHOR

...view details