ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଇଣ୍ଟିଗ୍ରେଟେଡ ମାଇନ୍ସ ଆଣ୍ଡ ମିନେରାଲ୍ସ ମନିଟରିଙ୍ଗ ବ୍ୟବସ୍ଥା (i3MS) ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । i3MS ଯୋଜନା ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ୩୨୬.୭୯ କୋଟି ଟଙ୍କା ମଞ୍ଜୁର କରିଛି ରାଜ୍ୟ କ୍ୟାବିନେଟ । i3MS ବ୍ୟବସ୍ଥା ଦ୍ବାରା ଓଡ଼ିଶାରେ ଖଣିଜ ପ୍ରଶାସନ ସ୍ତରରେ ସ୍ବଚ୍ଛତା ଆସିଛି । ପିଟ-ଟୁ- ପୋର୍ଟ ମିନେରାଲ ଭାଜୁଏସନ ଉପରେ ରିଅଲ ଟାଇମ ଭିଜିବିଲିଟି କାର୍ଯ୍ୟକ୍ଷମ କରି ଏଣ୍ଡ-ଟୁ-ଏଣ୍ଡ ଅନଲାଇନ ମନିଟରିଙ୍ଗ ବ୍ୟବସ୍ଥା ସରକାରଙ୍କ ରେଗୁଲେଟୋରି ଓଭରସାଇଟକୁ ଆହୁରି ବୃଦ୍ଧି କରିଛି । ବେଆଇନ ଖଣି କାରବାରର ମୂଳୋତ୍ପାଟନ ଏବଂ ଅନଧିକୃତ ଓ ପରିବହନ ବନ୍ଦ କରିବା ସହ i3MS ଅହେତୁକ ଖଣି ରାଜସ୍ବ ବୃଦ୍ଧି କରିପାରିଛି ।
ଏହି ଯୋଜନାର ସଫଳତା ୩୨୬.୭୯ କୋଟି ବ୍ୟୟ ବରାଦ କରାଯାଇଛି । i3MSର କାର୍ଯ୍ୟକାରିତା ଅବଧି ଆଉ ପାଞ୍ଚ ବର୍ଷ (୨୦୨୨-୨୭) ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । କମ୍ପ୍ୟୁଟର, ଆସେସୋରିଜ, ସ୍ବୟଂଚାଳିତ ଓଜନସେତୁ ବ୍ୟବସ୍ଥା, ଡ୍ରୋନ ଟେକ୍ନୋଲୋଜି, ଇଣ୍ଟିଗ୍ରେସନ ଫ୍ରେମୱାର୍କ ଏବଂ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କ୍ରୟ ପାଇଁ i3MSର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ଲାନ କରାଯାଇଛି । ଓଡ଼ିଶା ସରକାର ବ୍ୟବସାୟ ନିରନ୍ତରତା ମଡେଲ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟାଉନ୍ନୟନ ପାଇଁ ଏକ ୫ ବାର୍ଷିକ ରୋଡମ୍ୟାପ ପ୍ରସ୍ତୁତ କରିଥିଲେ । ଏପ୍ରିଲ ପହିଲା ୨୦୧୨ରୁ ୨୦୧୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଥମ ୫ ବର୍ଷୀୟା ଯୋଜନା ପୂର୍ଣ୍ଣ ହେବା ପରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରି ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି ଦ୍ୱାରା ଅନୁମୋଦିତ ହୋଇଛି । ପରେ ଷ୍ଟିଲ ଓ ମାଇନିଂ ବିଭାଗ ଏହି ଯୋଜନାକୁ ଆଉ ୫ ବର୍ଷ ଜାରି ରଖିବା ପାଇଁ ପ୍ରସ୍ତାବ ଦେଇଛି ।