ଓଡିଶା

odisha

ETV Bharat / city

ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧି ଲକ୍ଷ୍ୟ - ଭୂତଳ ଜଳ ବୃଦ୍ଧି କରିବାକୁ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ

ଭବିଷ୍ୟତରେ ଉଗ୍ରରୂପ ନେବାକୁ ଯାଉଛି ଜଳ ସଙ୍କଟ । ତଳକୁ ତଳ ଖସି ଚାଲିଛି ଭୂତଳ ଜଳ । ଭୁବନେଶ୍ବରର ଉପକଣ୍ଠ ଅଞ୍ଚଳରେ ଗମ୍ଭୀର ହେବାରେ ଲାଗିଛି ପରିସ୍ଥିତି । ୧୦ ମିଟର ତଳକୁ ଭୂତଳ ଜଳ ଖସିଯିବା ପରେ ସରକାର ଆଣିଛନ୍ତି ଛାତ ଯୋଜନା । ଏହି ଯୋଜନାରେ ବର୍ଷା ଜଳକୁ ସଂରକ୍ଷିତ କରାଯାଇ ଭୂତଳ ଜଳ ବୃଦ୍ଧି କରିବାକୁ ଲକ୍ଷ୍ୟ । ଦେଖନ୍ତୁ ଏହି ରିପୋର୍ଟ

ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧିକୁ ଲକ୍ଷ୍ୟ
ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧିକୁ ଲକ୍ଷ୍ୟ

By

Published : Aug 14, 2022, 7:09 PM IST

ଭୁବନେଶ୍ବର:ଭବିଷ୍ୟତରେ ଉଗ୍ରରୂପ ନେବାକୁ ଯାଉଛି ଜଳ ସଙ୍କଟ । ତଳକୁ ତଳ ଖସି ଚାଲିଛି ଭୂତଳ ଜଳ । ଭୁବନେଶ୍ବରର ଉପକଣ୍ଠ ଅଞ୍ଚଳରେ ଗମ୍ଭୀର ହେବାରେ ଲାଗିଛି ପରିସ୍ଥିତି । ବିଶେଷ କରି ଗ୍ରୀଷ୍ମ ଋତୁରେ ଏହି ସସମ୍ୟା ମୁଣ୍ଡବିଧାର କାରଣ ପାଲଟିଛି । ଭୂତଳ ଜଳ ସ୍ତରକୁ ବୃଦ୍ଧି କରିବା ଲାଗି ଛାତ ଯୋଜନା ହାତକୁ ନେଇଛନ୍ତି ସରକାର । ଏଥିରେ ବର୍ଷା ଜଳକୁ ସଂରକ୍ଷିତ (Rainwater Conservation) କରାଯାଇ ଭୂତଳ ଜଳକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧି ଲକ୍ଷ୍ୟ

ଧୀରେ ଧୀରେଭୂତଳ ଜଳ ଉପରୁ ଚାପ କମାଇବା ସହ ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପର ବର୍ଷା ଜଳ ଅମଳ ପଦ୍ଧତିରେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଜଳକୁ 52ଟି ବ୍ଲକ ଓ 22ଟି ସହରାଞ୍ଚଳରେ 270 କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବ । ବ୍ୟକ୍ତିଗତ କୋଠାରେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ସର୍ବାଧିକ 55 ହଜାର ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା କରାଯାଇଛି । ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ ମୋହର ମାରିସାରିଛି କ୍ୟାବିନେଟ ।
ଅନ୍ୟପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀଙ୍କ ଅନୁସାରେ, "ରାଜ୍ୟରେ ଭୂତଳ ଜଳ କମି କମି ଯାଉଛି । ଯେତିକି ପରିମାଣରେ ଭୂତଳ ଜଳ ବ୍ୟବହାର ହେଉଛି ସେତିକି ପରିମାଣରେ ଜଳ ପୂର୍ଣ୍ଣ ହେଉ ନାହିଁ । 10 ମିଟର ତଳକୁ ଚାଲିଗଲାଣି ଭୂତଳ ଜଳ । ରାଜ୍ୟର ମୋଟ 30 ଜିଲ୍ଲାରୁ 24 ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ତେଣୁ ଏହି ଛାତ ଯୋଜନା ଯଦି ସଠିକ ଭାବେ କାର୍ଯ୍ୟକାରୀ ହୁଏ ତେବେ ବର୍ଷା ଜଳକୁ ସଂରକ୍ଷଣ କରାଯିବ । ଛାତ ଉପରେ ବର୍ଷା ଜଳକୁ ସଂରକ୍ଷଣ କରାଯାଇ ପାଇପ ଯୋଗେ ଭୂତଳକୁ ଛଡାଯିବ । ଏହାଦ୍ବାରା ଭୂତଳ ଜଳସ୍ତର ବଢିବ ।"

ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ପିଚୁ ରାସ୍ତା, କଂକ୍ରିଟ ଘର । ବର୍ଷା ପାଣି ପିଚୁ ରାସ୍ତା ଏବଂ କଂକ୍ରିଟ ରାସ୍ତା କାରଣରୁ ଭୂତଳକୁ ଯାଉନାହିଁ । ତେଣୁ ଭୂତଳ ଜଳ ଚିନ୍ତାକୁ ଦୂର କରିବା ପାଇଁ ଏହି ଯୋଜନା ସଠିକ ରୂପାୟନ ହେବା ଜରୁରୀ ହୋଇପଡିଛି ।

ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details