ଓଡିଶା

odisha

ETV Bharat / city

ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ - କ୍ୟାବିନେଟ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ 9 ଟି ପ୍ରସ୍ତାବକୁ ମଞ୍ଜୁରୀ (Odisha Cabinet approves 9 proposals) ମିଳିଛି । ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ସାଧାରଣ ପ୍ରଶାସନ ବିଭାଗର 9ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ
ରାଜ୍ୟ କ୍ୟାବିନେଟରେ 9 ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ

By

Published : Oct 15, 2022, 10:09 PM IST

Updated : Oct 15, 2022, 10:18 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (chief minister Naveen Patnaik) ଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ 9 ଟି ପ୍ରସ୍ତାବକୁ ମଞ୍ଜୁରୀ (Odisha Cabinet approves 9 proposals) ମିଳିଛି । ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ସାଧାରଣ ପ୍ରଶାସନ ବିଭାଗର 9ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଥିବାବେଳେ ଗ୍ରାମ୍ୟ ପାନୀୟ ଜଳ ଯୋଗଣକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

ଏହାବି ପଢନ୍ତୁ- ରାଜ୍ୟରୁ ଉଚ୍ଛେଦ ହେଲା ଠିକା ନିଯୁକ୍ତି ବ୍ୟବସ୍ଥା, ନିୟମିତ ହେବେ ୫୭ ହଜାର କର୍ମଚାରୀ

କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଠିକା ନିଯୁକ୍ତି ଉଚ୍ଛେଦ ନେଇ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ସହ ସରକାର ଗ୍ରାମ୍ୟ ଜନସାଧାରଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି । ସେଥିପାଇଁ 4 ଜିଲ୍ଲାର 11 ବ୍ଲକରେ ପାନୀୟ ଜଳ ଯୋଗାଣ ନେଇ ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକର 2ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର 395 . 43 କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି ।

ସେହିପରି ବରଗଡ଼ ଜିଲ୍ଲାର ଭଟଲି, ସୋହେଲା ଓ ଆମ୍ବଭୋନା ବ୍ଲକର ପାନୀୟ ଜଳ ପ୍ରକଳ୍ପ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବାଲିପାଟଣା, ଟାଙ୍ଗୀ ଓ ବାଲିଅନ୍ତା ପାଇଁ 5 ଟି ପାନୀୟ ଜଳ ପ୍ରକଳ୍ପ, କଳାହାଣ୍ଡି ଜିଲ୍ଲାର କୋକରା, ରାମପୁର ଓ ଥୁଆମୂଳ ବ୍ଲକର 2 ପ୍ରକଳ୍ପ ଅନୁମୋଦନ ଦିଆଯାଇଛି । ବିଭିନ୍ନ ଦକ୍ଷତା ବିକାଶ କେନ୍ଦ୍ର (SDCs)/ଦକ୍ଷତା ବିକାଶ ବିସ୍ତାର କେନ୍ଦ୍ର (SDECs)ରେ ପ୍ରଦାନ କରାଯାଉଥିବା ଦକ୍ଷତା ବିକାଶ ତାଲିମ କୋଭିଡ଼କୁ ଦୃଷ୍ଟିରେ ରଖି ବନ୍ଦ କରାଯାଇଥିଲା । କୋଭିଡ଼ ସମ୍ବନ୍ଧୀୟ ବନ୍ଦକୁ ବିଚାରକୁ ନେଇ ଏବଂ ରାଜ୍ୟର skill eco - system କୁ ଦୃଢୀକରଣ କରିବା ଲକ୍ଷ୍ୟରେ ମାର୍ଚ୍ଚ 2020 ରୁ ଅକ୍ଟୋବର 2020 ପର୍ଯ୍ୟନ୍ତ SDC / SDEC ଗୁଡ଼ିକର ଭଡା ଛାଡ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି ।

ଏହାବି ପଢନ୍ତୁୃ- ରାଜ୍ୟରୁ ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ କନିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ନିୟମାବଳୀ, 2019 ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସମନ୍ବିତ ବୈଷୟିକ ସେବା ନିଯୁକ୍ତି ପ୍ରକ୍ରିୟା ନିୟମାବଳୀ, 2022 ର ପ୍ରଣୟନ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ ଦ୍ବାରା ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ସମାପନ କରିବା ପାଇଁ ରାଜ୍ୟ ସରକାର ନିୟମାବଳୀର ପ୍ରଣୟନ କରିଛନ୍ତି ।

ଏହାବି ପଢନ୍ତୁ- Digital Dialogue: 22 ବର୍ଷର ଶାସନ, କାହିଁକି ଦୀର୍ଘ ସ୍ଥାୟୀ ବିକାଶ ହୋଇପାରିଲା ନାହିଁ ?

ଏହାଦ୍ବାରା ବିଭିନ୍ନ ବୈଷୟିକ ସେବା ଓ ପଦବୀରେ ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀ ମାନେ ଆବେଦନ କରିପାରିବେ । ଏହା ଦ୍ବାରା ପରୀକ୍ଷାର୍ଥୀ ମାନଙ୍କ ସମୟ ଓ ଅର୍ଥ ବ୍ୟୟ କମ ହେବା ସହିତ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ । ଏହି ନିୟମାବଳୀର ପ୍ରଣୟନ କରାଯିବା ଦ୍ବାରା ସମସ୍ତ ନିଯୁକ୍ତ ପକ୍ରିୟା ପରିଚାଳନା ସମ୍ବନ୍ଧିତ ନିୟମାବଳୀ/ ବିନିୟମ/ ନିର୍ଦ୍ଦେଶନାମା କିମ୍ବା ପ୍ରଶାସନିକ ବିଭାଗ/ ବିଭାଗୀୟ ମୁଖ୍ୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ଅଧାରୋହୀ ପ୍ରଭାବ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2022, 10:18 PM IST

ABOUT THE AUTHOR

...view details