ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଶେଷ ହୋଇଛି । କ୍ୟାବିନେଟରେ 17ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଓଡିଶା ଆଇଟି ପଲିସି-2022କୁ କ୍ୟାବିନେଟର ମଞ୍ଜୁରୀ କରିଛନ୍ତି । ବରୁଣେଇରେ ଶହୀଦ ସ୍ମାରକୀ ପାଇଁ ସରକାର 9.68 ଏକର ଜମି ପ୍ରଦାନ କରିଛନ୍ତି । ଏହାସହ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ, ସାଧାରଣ ପ୍ରଶାସନ, ରାଜସ୍ବ ଏବଂ ଜଳସମ୍ପଦ ବିଭାଗର ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ 10 ରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ 17 ଟି ପ୍ରସ୍ତାବ ପାରିତ ହୋଇଛି । ପାଇକ ସ୍ମାରକୀ ପାଇଁ ଜମି ଦେଇଛନ୍ତି ରାଜ୍ୟ ସରକାର । ବରୁଣେଇରେ ଶହୀଦ ସ୍ମାରକୀ ପାଇଁ ସରକାର 9.68 ଏକର ଜମି ପ୍ରଦାନ କରିଛନ୍ତି । ଏଥିସହିତ 2022 ଆଇଟି ପଲିସିକୁ କ୍ୟାବିନେଟର ମୋହର ବାଜିଛି । ଆଇଟି କ୍ଷେତ୍ରରେ ଅଧିକ ନିଯୁକ୍ତି ଓ ପୁଞ୍ଜିନିବେଶର ଲକ୍ଷ୍ୟ ରଖି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ ହୋଇଛି । ଆଇଟି ବିଭାଗର ଆସିଥିବା ଆଉ ଏକ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ‘JJM- ଜଳ ଜୀବନ ମିଶନ’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । 24 ମାସ ମଧ୍ୟରେ କାମ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।