ଓଡିଶା

odisha

ETV Bharat / city

ଆଗରେ ଚ୍ୟାଲେଞ୍ଜ: କିଏ ସମ୍ଭାଳିଲା କେଉଁ ଦାୟିତ୍ବ? - bhubaneswar

ପଞ୍ଚମଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ନବନିର୍ବାଚିତ ବିଧାୟକଙ୍କୁ ବାଣ୍ଟିଛନ୍ତି ବିଭିନ୍ନ ବିଭାଗର ଦାୟିତ୍ବ । ତେବେ ଆସନ୍ତୁ ନଜର ପକାଇବା କାହାକୁ ମିଳିଲା କେଉଁ ଦାୟିତ୍ବ ।

ଡିଜାଇନ ଫଟୋ

By

Published : May 29, 2019, 10:04 PM IST

ଭୁବନେଶ୍ବର: ପଞ୍ଚମ ଥର ପାଇଁ ସରକାର ଗଢିବା ପାଇଁ ଶପଥ ନେବା ପରେ ଏବେ ବିଭାଗର ଦାୟିତ୍ବ । ଶପଥ ଗ୍ରହଣ ଉତ୍ସବ ପରେ କାହାକୁ କେଉଁ ବିଭାଗ ମିଳିବ, ତାହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିଲା । ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି । କେଉଁ ବିଭାଗ କାହାକୁ ମିଳିଛି ସବିଶେଷ ଜାଣି ନିଅନ୍ତୁ...

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

ମୁଖ୍ୟମନ୍ତ୍ରୀଙ୍କ ନିଜ ପାଖରେ ରଖିଲେ ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଜଳସମ୍ପଦ ବିଭାଗ । ସେହିଭଳି କ୍ୟାବିନେଟ ମନ୍ତ୍ରୀ ଥିବା ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ, ପ୍ରତାପ ଜେନାଙ୍କୁ ଆଇନ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ, ପ୍ରଫୁଲ୍ଲ ମଲ୍ଲିକଙ୍କୁ ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ, ଗୃହ ବିଭାଗ, ଟୁକୁନି ସାହୁଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦାୟିତ୍ବ ମିଳିଛି ।

ସେହିପରି ଅରୁଣ ସାହୁଙ୍କୁ କୃଷି, ମତ୍ସ୍ୟ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା, ସୁଦାମ ମାରାଣ୍ଡିଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ପଦ୍ମନାଭ ବେହେରାଙ୍କୁ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନା, ସୁଶାନ୍ତ ସିଂଙ୍କୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ, ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ବିଭାଗ ମିଳିଛି । ସେପଟେ ନବ କିଶୋର ଦାସଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ବିକ୍ରମ କେଶରୀ ଆରୁଖଙ୍କୁ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ବ ମିଳିଛି ।

ଅନ୍ୟପଟେ ରାଷ୍ଟ୍ରମନ୍ତ୍ରୀ ଥିବା ଜଗନ୍ନାଥ ସାରକାଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ରଓ ମଧ୍ୟମ ଉଦ୍ୟୋଗ, ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ବିଭାଗ ମିଳିଛି । ସେହିପରି ସମୀର ଦାଶଙ୍କୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବିଭାଗ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ପର୍ଯ୍ୟଟନ, ଓଡିଆ ଭାଷା ସଂସ୍କୃତି, ରଘୁନନ୍ଦନ ଦାସଙ୍କୁ ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ, ପଦ୍ମିନୀ ଦିଆନଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ, ତୁଷାରକାନ୍ତି ବେହେରାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ଓ ପ୍ରେମାନନ୍ଦ ନାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ବିଭାଗ ମିଳିଛି ।

ତେବେ ବିଭାଗ ବଣ୍ଟନ ପରେ ସମସ୍ତ ମନ୍ତ୍ରୀଙ୍କୁ ନିଷ୍ଠା ଓ ସୂଚାରୁ ରୂପେ ଦାୟିତ୍ବ ବହନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details