ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ ପକ୍ଷରୁ ଡକାଯାଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ବୈଠକରେ ଆଲୋଚନା ହୋଇଛି । କୋର୍ଟଙ୍କ ରାୟରେ ରାଜ୍ୟ ସରକାର ସହମତି ବ୍ୟକ୍ତ କରିବା ସହ ଏହାକୁ ପାଳନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି ।
ସୁପ୍ରିମକୋର୍ଟଙ୍କ ରାୟ ପାଳନ କରିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରଙ୍କ ନିଷ୍ପତ୍ତି - ସରକାରଙ୍କ ନିଷ୍ପତ୍ତି
19:28 June 18
ସୁପ୍ରିମକୋର୍ଟଙ୍କ ରାୟ ପାଳନ କରିବାକୁ ରାଜ୍ୟ କ୍ୟାବିନେଟ ବୈଠକରେ ସରକାରଙ୍କ ନିଷ୍ପତ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏହି ଜରୁରୀ ବୈଠକ ବସିଥିଲା । କ୍ୟାବିନେଟ ବୈଠକରେ ପ୍ରଥମେ ଶୋକ ପ୍ରସ୍ତାବ ଅଣାଯାଇଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଆଡଭୋକେଟ ଜେନେରାଲ, ପୁରୀ ଜିଲ୍ଲାପାଳ, ଆଇନ ବିଭାଗର ମୁଖ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଥିଲେ ।
କ୍ୟାବିନେଟ ବୈଠକରେ ରାଜ୍ୟ ଆଡଭୋକେଟ ଜେନେରାଲ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଚଙ୍କ ନିର୍ଦ୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନଯାୟୀ ଶ୍ରୀମନ୍ଦିର ପରିସରରେ ସମସ୍ତ ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସୂଚିତ କରାଯାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନଗୁଡିକ ଯେପରି କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ କୁମାର ଦାସ, ଇଟିଭି ଭାରତ