ଓଡିଶା

odisha

ETV Bharat / city

ବିଶ୍ୱ ପର୍ଯ୍ୟଟନ ଦିବସରେ ଶୁଭାରମ୍ଭ ହେଲା 'ଓଡିଶା ବାଇ ରୋଡ' କ୍ୟାମ୍ପେନ - ଓଡିଶା ବାଇ ରୋଡ ଅଭିଯାନ ଆରମ୍ଭ

ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ 'ଓଡ଼ିଶା ବାଇ ରୋଡ' ସହ ଓଡ଼ିଶା ପର୍ଯ୍ୟଟନ ନିଗମ 'ବଣଭୋଜି' ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ ବ୍ୟବସ୍ଥା ଆରମ୍ଭ କରିଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଶ୍ୱ ପର୍ଯ୍ୟଟନ ଦିବସରେ 'ଓଡିଶା ବାଇ ରୋଡ' କ୍ୟାମ୍ପେନର ଶୁଭାରମ୍ଭ
ବିଶ୍ୱ ପର୍ଯ୍ୟଟନ ଦିବସରେ 'ଓଡିଶା ବାଇ ରୋଡ' କ୍ୟାମ୍ପେନର ଶୁଭାରମ୍ଭ

By

Published : Sep 27, 2020, 11:23 AM IST

ଭୁବନେଶ୍ୱର: ଆଜି ହେଉଛି ବିଶ୍ଵ ପର୍ଯ୍ୟଟନ ଦିବସ । ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ 'ଓଡ଼ିଶା ବାଇ ରୋଡ' କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି ।

ଏହି ଅବସରରେ ଭୁବନେଶ୍ୱର ଇନଫୋସିଟି ଛକରୁ ଧଉଳି ପର୍ଯ୍ୟନ୍ତ ୨୫ କିମି ରାସ୍ତାରେ ଏକ ସୁପର ବାଇକ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ୯ଟି ସୁପର ବାଇକ ଗ୍ରୁପର ୮୦ ଜଣ ସଦସ୍ୟ ସାମିଲ ହୋଇଥିଲେ। ପର୍ଯ୍ୟଟନ ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓ ଓଟିଡିସି ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ହୋଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ବିଶ୍ୱ ପର୍ଯ୍ୟଟନ ଦିବସରେ 'ଓଡିଶା ବାଇ ରୋଡ' କ୍ୟାମ୍ପେନର ଶୁଭାରମ୍ଭ

ତେବେ 'ଓଡ଼ିଶା ବାଇ ରୋଡ' ରାଜ୍ୟର ରୋଡ ନେଟୱାର୍କକୁ ପର୍ଯ୍ୟଟକ ମାନେ ଉପଭୋଗ କରିପାରିବେ। ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ପର୍ଯ୍ୟଟନ ନିଗମ 'ବଣଭୋଜି' ନାମରେ ଏକ ପର୍ଯ୍ୟଟନ ପ୍ୟାକେଜ ବ୍ୟବସ୍ଥା ଆରମ୍ଭ କରିଛି । ଏହି ଅବସରରେ ଓଡ଼ିଶାର ବ୍ୟଞ୍ଜନ ତଥା ଆଦୃତ ହୋଇଥିବା ଖାଦ୍ୟର ପ୍ରଚାର ପ୍ରସାର ପାଇଁ 'ନିମନ୍ତ୍ରଣ' ନାମରେ ରେସ୍ତୋରାଁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ବର, ପୁରୀ ଓ ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି।

ଚଳିତବର୍ଷର ଥିମ ରହିଛି 'ଗ୍ରାମ୍ୟ ପର୍ଯ୍ୟଟନର ପୁନଃ ଜାଗରଣ'। ବର୍ତ୍ତମାନ ପରିସ୍ଥିତିରେ ଲୋକେ ବସ କିମ୍ବା ଟ୍ରେନ ଯୋଗେ ଯାତ୍ରା କରିବାକୁ ପସନ୍ଦ କରୁନଥିବା ବେଳେ ବାଇ ରୋଡ଼ କିପରି ସହଜରେ ଯାତାୟତ କରିବେ ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details