ଓଡିଶା

odisha

ETV Bharat / city

କବିତାରୁ ଆରମ୍ଭ ହୋଇ କବିତାରେ ଶେଷ ହେଲା ଏବର୍ଷର ବଜେଟ - ଚଳିତ ବର୍ଷର ରାଜ୍ୟ ବଜେଟ

2020-21 ପାଇଁ ରାଜ୍ୟର ଆର୍ଥକ ବଜେଟ ଉପସ୍ଥାପନା ହୋଇଛି । ରାଜ୍ୟର ବିଭିନ୍ନ କ୍ଷେତ୍ର ପାଇଁ ସର୍ବମୋଟ ଦେଢ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଚଳିତ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନା କରିଥିଲେ। ବଜେଟ ଆରମ୍ଭରୁ ଶେଷ ଯାଏଁ କେତେକ କବିତା ମାଧ୍ୟମରେ ରାଜ୍ୟବାସୀଙ୍କୁ ଏହି ବଜେଟ ଉତ୍ସର୍ଗ କରିଥିଲେ ପୂଜାରୀ। ତେବେ ଜାଣିବା ପାଇଁ ଅଧିକ ପଢନ୍ତୁ...

odisha budget starts and end with finance minister poetry
ପଂକ୍ତିରୁ ଆରମ୍ଭ ହୋଇ ପଂକ୍ତିରେ ଶେଷ ହେଲା ଚଳିତ ବର୍ଷର ବଜେଟ

By

Published : Feb 18, 2020, 10:52 PM IST

Updated : Feb 18, 2020, 11:05 PM IST

ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟ ବଜେଟ ଉପସ୍ଥାପନା ହୋଇଛି । 2020-21 ପାଇଁ ଆର୍ଥିକ ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାରିମ୍ପରିକ ବଜେଟ ପେଡି ବଦଳରେ ଆଇପ୍ୟାଡ ଓ ପେନଡ୍ରାଇଭରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏଥର ବଜେଟ ଉପସ୍ଥାପନା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ମନେ ପକାଇ ବଜେଟ ପଢିଥିଲେ ପୂଜାରୀ ।

ଯେତେବେଳେ ତୁମେ ସଂଶୟରେ ଥିବ ବା ନିଜ ଚିନ୍ତାରେ ଘାରି ହେଉଥିବ, ସେତେବେଳେ ଏହି ପରାମର୍ଶଟିକୁ ପ୍ରୟୋଗ କର । ତୁମେ ଦେଖିଥିବା ସବୁଠାରୁ ଗରିବ ଏବଂ ଅସହାୟ ଲୋକ କଥା ମନେ ପକାଅ ଓ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛ, ତାହା ସେହି ଲୋକଟିର କୌଣସି ଉପକାରରେ ଲାଗିବ କି ? ଏଥରୁ ସେ କିଛି ଲାଭ ପାଇବ କି ? ଏହା ତା’ ଜୀବନ ଓ ଭାଗ୍ୟରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ କି ? ଅନ୍ୟ କଥାରେ,ଏହା କ’ଣ କ୍ଷୁଧା ଏବଂ ଆଧ୍ୟାତ୍ମିକ ଅଭାବବୋଧ ଦୂର କରି ତା’ ପାଇଁ ସ୍ବରାଜ ଆଣି ଦେବାରେ ସହାୟକ ହେବ କି ?

ଓଡିଶାବାସୀଙ୍କ ସଶକ୍ତିକରଣ ପାଇଁ ଅହରହ ପ୍ରୟାସ କରାଯାଉଛି । ସର୍ବଦା ଗାନ୍ଧୀଙ୍କ ପଥକୁ ଅନୁସରଣ କରି ଆମେ ଓଡିଶାବାସୀଙ୍କ ପାଇଁ କାମ କରୁଛୁ । ଏହା ସହ ନିରଞ୍ଜନ ପୂଜାରୀ ବିଜୁ ବାବୁଙ୍କ ଯଥାର୍ଥରେ ମଧ୍ୟ ଗୃହରେ କହିଥିଲେ ଆମେ କେବଳ ଲୋକଙ୍କ ସେବକ ଓ ଓଡିଶାର ଜନସାଧାରଣ ଆମର କର୍ତ୍ତା । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନେ ସର୍ବୋଚ୍ଚ ସେ ବୋଲି କହିଥିଲେ ।

ଏହା ପରେ ଚଳିତ ବର୍ଷର ବଜେଟ ଅଭିଭାଷଣ ରଖିଥିଲେ ଅର୍ଥମନ୍ତ୍ରୀ । ଏଥର ମୋଟ ବଜେଟ ଦେଢ ଲକ୍ଷ କୋଟି ରହିଛି । 5 ‘ଟି’ ମନ୍ତ୍ର ଓ ‘ମୋ ସରକାର’ ଅଭିଯାନ ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଥିବା ସମୟରେ ଏକ ନୂତନ ଓଡିଶା-ସଶକ୍ତ ଓଡିଶା ପରିକଳ୍ପନା କରୁ କରୁ ଅର୍ଥମନ୍ତ୍ରୀଙ୍କ ପାଟିରୁ ବାହାରି ଥିଲା କବୟତ୍ରୀ କୁନ୍ତଳା କୁମାରୀ ସାବତଙ୍କର ଏହି ଉତ୍ସାହଜନକ କବିତା

ନବ ଆଲୋକେ, ନବ ପୁଲକେ

ନିଖିଳ ଅବନୀ ହସିବ

ଫୁଟିବ ପ୍ରସୂନ ବନେ ଉପବନେ

ନବଗାନେ ପିକ ରସିବ

ଚଳିତ ବର୍ଷ ବଜେଟ କିଛି କବିତାରୁ ଆରମ୍ଭ କରି ଶେଷ କରିଥିଲେ ପୂଜାରୀ । ଏଥର କୃଷି ବଜେଟରେ କୃଷକମାନଙ୍କ ମହତ ବୃତ୍ତିକୁ ସହଯୋଗ ଓ ସେମାନଙ୍କୁ ସଶକ୍ତ ଦିଗରେ କବି ଗଙ୍ଗାଧର ମେହେରଙ୍କ କୃଷି ଜୟଗାନର 4 ଧାଡି ଉପସ୍ଥାପନା କରିଥିଲେ ପୂଜାରୀ ।

ଛାଡିଦେଲେ କୃଷିକି ସବୁ ହେବ ନାଶ

ନ ମିଳିବ ଗ୍ରାସ ଯେ ନ ମିଳିବ ବାସ

କୃଷି ତୋର ବେଦରେ କୃଷି ତୋ ପୁରାଣ

କୃଷି ବିନା ନରହି ପାରଇ ପରାଣ

ପରିଶେଷରେ ଦେଶର ଆର୍ଥିକ ମାନ୍ଦାବସ୍ଥା ଉପରେ ଚର୍ଚ୍ଚା କରିବାକୁ ଯାଇ ନିରଞ୍ଜନ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରର ପ୍ରାଥମିକତା ଓ ସୀମିତ ସମ୍ବଳକୁ ନଜରରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ଆଉ ଏହି ବଜେଟ ଶେଷ କରିବା ପୂର୍ବରୁ ପୁଣି କବିତା ଗାଇ ଏହି ବଜେଟକୁ ଓଡିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

ଜୀବସେବା ଭାଇ

ଅହିଂସା ନୀତିର ଅସଲ ଭିତ୍ତି

ଜୀବସେବାରେ ଯେ ଜୀବନ ସମ୍ପିଛି

ସବୁଠାରେ ପାରେ ସଭିଙ୍କି ଜିତି

ବନ୍ଦେ ଉତ୍କଳ ଜନନୀ ଜୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2020, 11:05 PM IST

ABOUT THE AUTHOR

...view details