ଓଡିଶା

odisha

By

Published : Mar 8, 2022, 12:30 PM IST

Updated : Mar 8, 2022, 1:07 PM IST

ETV Bharat / city

Odisha Budget: ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ବଜେଟ

ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ଅଧିକ ପଢନ୍ତୁ

Odisha Budget: ମାର୍ଚ୍ଚ ୩୦ରେ ରାଜ୍ୟ ବଜେଟ
Odisha Budget: ମାର୍ଚ୍ଚ ୩୦ରେ ରାଜ୍ୟ ବଜେଟ

ଭୁବନେଶ୍ବର:ଆସନ୍ତା ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ୭ ଦିନିଆ ବିଧାନସଭା ଅଧିବେଶନରେ ରହିଛି ମାତ୍ର ୬ଟି କାର୍ଯ୍ୟ ଦିବସ । ୩୧ ମାର୍ଚ୍ଚରେ ଅଧିବେଶନ ଶେଷ ହେବାକୁ ଥିବା ବେଳେ ୩୦ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଅଧିବେଶନ ଉପସ୍ଥାପନ ହେବ ।

Odisha Budget: ମାର୍ଚ୍ଚ ୩୦ରେ ଉପସ୍ଥାପନ ହେବ ବଜେଟ

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୫ ତାରିଖ ଅର୍ଥାତ ପ୍ରଥମ ଦିନରେ ରାଜ୍ୟପାଳ ଗଣେଶୀ ଲାଲ ବିଧାନସଭାରେ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ଶନିବାର ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବ । ୨୭ ତାରିଖ ରବିବାର ପଡୁଥିବାରୁ ବିଧାନସଭା ବନ୍ଦ ରହିବ । ଏହାପରେ ପୁଣି ୨୮ ତାରିଖରେ ବିଧାନସଭା କାର୍ଯ୍ୟକାରୀ ହେବା ସହିତ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ୨୯ ତାରିଖ ରହିବ ଅଫିସିଆଲ କାର୍ଯ୍ୟ ଦିବସ ।

ମାର୍ଚ୍ଚ 31 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ। ଗୃହ ପରିଚାଳନା ନେଇ ଆସନ୍ତା 15 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ଅଧିବେଶନରେ ମୋଟ 6ଟି କାର୍ଯ୍ୟଦିବସ ରହିବ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 8, 2022, 1:07 PM IST

ABOUT THE AUTHOR

...view details