ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ଶିଶୁ କଲ୍ୟାଣ, କୃଷି ଓ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର । ଆଗତ ହୋଇଥିବା ବଜେଟ ଗତ ବଜେଟ ତୁଳାନରେ ପ୍ରାୟ ୧୭ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅର୍ଥମନ୍ତ୍ରୀ ଆଗତ କରିଥିବା ପ୍ରାୟ 2 ଲକ୍ଷ କୋଟିର ବଜେଟ ନେଇ କେଉଁଠୁ ଆସିବ ଏତେ ଟଙ୍କା ? କେଉଁ କ୍ଷେତ୍ରରୁ କେତେ ଆସିବ ଅର୍ଥ । କେଉଁ କ୍ଷେତ୍ରରେ କେତେ ଅର୍ଥ ହେବ ଖର୍ଚ୍ଚ ।
ପାଣ୍ଠି ପ୍ରାପ୍ତି
କେନ୍ଦ୍ରୟ ଟିକସରୁ ୩୬ ହଜାର ୯୭୮ କୋଟି (18.49%)
ରାଜ୍ୟର ନିଜସ୍ଵ ଟିକସରୁ ୪୬୦୦୦ ହଜାର କୋଟି (23%)
ନିଜସ୍ଵ ଅଣ ଟିକସ ବାବଦକୁ ୪୮ ହଜାର ୨୦୦ କୋଟି (24.10%)
ଋଣ ଓ ଅନ୍ୟାନ୍ୟ ବାବଦ ରୁ ୩ ହଜାର ୬୩୩ କୋଟି (18.02%)