ଭୁବନେଶ୍ବର:ଓଡିଶା ବଜେଟ 2021କୁ ବିଧାନସଭାରେ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବ ଥର ଭଳି ଏଥର ମଧ୍ୟ ଡିଜିଟାଲ ମୋଡରେ ପେପରଲେସ୍ ବଜେଟ ଆଗତ ହୋଇଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଜେଟ ଡକ୍ୟୁମେଣ୍ଟ ଛପାଯାଉନଥିବାରୁ ଚଳିତ ବର୍ଷ 200 ହଜାର ବଡ ଗଛ ସୁରକ୍ଷିତ ରହିପାରିଛି ।
ଇ-ବଜେଟ ଦ୍ବାରା ଏ ବର୍ଷ 1 କୋଟି 50 ଲକ୍ଷ କାଗଜ ଛପା ବନ୍ଦ ହୋଇଛି । ତେବେ ଓଡିଶା ହେଉଛି ଦେଶର ତ୍ବିତୀୟ ରାଜ୍ୟ, ଯାହା ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଇଲେକ୍ଟ୍ରୋନିକ୍ ଫର୍ମରେ ବଜେଟ୍ ଡକ୍ୟୁମେଣ୍ଟ୍ ଗ୍ରହଣ ଏବଂ ବ୍ୟବହାରକୁ ସକ୍ରିୟ ଭାବେ ପ୍ରୋତ୍ସାହନ ଦେଇଛି ।