ଭୁବନେଶ୍ବର: ରାଜ୍ୟ ବଜେଟରେ ପର୍ଯ୍ୟଟନକୁ ଗୁରୁତ୍ବ ଦେଇଛନ୍ତି ସରକାର । ଗତବର୍ଷ ବଜେଟ ତୁଳନାରେ ଚଳିତ ବର୍ଷ ବଜେଟରେ 25 ପ୍ରତିଶତ ବଢାଇ 500 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭିତ୍ତିଭୂମି ସଜାଡିବା ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଉଛି ।
ସେହିପରି ଅବଢା ଯୋଜନାରେ ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ପାଇଁ 542 କୋଟିର ବ୍ୟୟବରାଦ କରାଯାଇଛି । ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ 200 କୋଟିର ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।