ଭୁବନେଶ୍ବର: ଆସନ୍ତା 18 ତାରିଖରେ ଚଳିତ 2020-21 ବର୍ଷ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବଜେଟ ଆଗତ କରାଯିବ । ତେବେ ସେଥିରେ କଣ କଣ ରହିଲେ ଓଡ଼ିଶାର ଗୃହିଣୀମାନେ ଉପକୃତ ହେବା ସହ ପରିବାରକୁ ସଠିକ ଭାବରେ ପରିଚାଳିତ କରି ପାରିବେ ସେନେଇ ସେମାନଙ୍କ ମତାମତ ଜାଣିବାକୁ ଚେଷ୍ଟା କରାଯାଇଥିଲା ।
ତେବେ ସେମାନେ ମୁଖ୍ୟତଃ ଘର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ବିଭିନ୍ନ ପ୍ରକାର ସାମଗ୍ରୀର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ସରକାର ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି । ସେହିପରି କୃଷକମାନେ ସବୁଠୁ କ୍ଷତିଗ୍ରସ୍ତ ହେଉଥିବାବେଳେ ସେମାନଙ୍କ ଆର୍ଥିକ ଉନ୍ନତି ଦିଗରେ ସରକାର ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ଥିବା କହିଛନ୍ତି ।