ଭୁବନେଶ୍ବର: NCBରାଡରରେ ଓଡିଶା ବ୍ରାଉନସୁଗାର ନେଟୱର୍କ । ମୁମ୍ବାଇ ,ଦିଲ୍ଲୀ ଭଳି ଓଡିଶାରେ ଚାଲୁଛି ବ୍ରାଉନସୁଗାର ବେପାର। ଏନେଇ ଖୋଜାପଡିଛି ରାଜ୍ୟରେ ବ୍ରାଉନସୁଗାର ନେଟୱର୍କ ଚେର । NCB ହାତରେ ଧରାପଡିଥିବା ଆଜାଦ ପରଭେଜ ଏନେଇ ଖୁଲାସା କରିଛି । ଓଡିଶାରେ ଏକାଧିକ ବ୍ରାଉନସୁଗାର ସପ୍ଲାଏ ପଛରେ ହାତ ଥିବା ଜାଣିବାକୁ ପାଇଛି ଏନସିବି ଟିମ । ଏନେଇ ଓଡିଶା କ୍ରାଇମବ୍ରାଞ୍ଚର ସହାୟତା ଲୋଡିଛି ଟିମ ।
ଗୌହାଟି ଯାଇ ଆଜାଦକୁ ଜେରା କରିଛି STF । ଆଜାଦ ପରଭେଜ ଓଡିଶାରେ ଜବତ ହୋଇଥିବା ବଡ ପରିମାଣର ବ୍ରାଉନସୁଗାର ସପ୍ଲାୟ କରୁଥିଲା । ଯେକି ନବେ ଦଶକର ଜଣେ ଚର୍ଚ୍ଚିତ ବ୍ରାଉନସୁଗାର ସପ୍ଲାୟର । ଅଣ୍ଡରୱାର୍ଲ୍ଡ ସହ ଆଇଏସଆଇ ଭଳି ସଂସ୍ଥା ସହ ଯୋଗାଯୋଗରେ ଥିଲା ଆଜାଦ । ତେବେ ଏହି ଅଣ୍ଡରୱାର୍ଲ୍ଡ ଲିଙ୍କ ଥିବା ଅଭିଯୁକ୍ତ ୧୯୯୮ରେ ବାଲେଶ଼୍ବରରେ ବେସ ସକ୍ରିୟ ଥିଲା, ଏନେଇ ସେତେବେଳେ ଗିରଫ କରିଥିଲା ଓଡିଶା ପୋଲିସ । ପରେ ଦୀର୍ଘ ୧୦ ବର୍ଷ ଧରି ରାଜ୍ୟ ବାହାରେ ଜେଲରେ ରହିବା ପରେ ୨୦୧୪ରେ ଜେଲରୁ ମୁକୁଳିଥିଲା ଆଜାଦ । ପରେ ପୁଣି ବ୍ରାଉନସୁଗାର ନେଟୱର୍କ ଚଳାଇଥିଲା ।