ଓଡିଶା

odisha

+2 ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ଆଜି, ସନ୍ଧ୍ୟା 5ଟାରେ ଖୋଲିବ ସାଇଟ୍

By

Published : Jul 31, 2021, 7:15 AM IST

Updated : Jul 31, 2021, 7:45 AM IST

ଆଜି WWW.orissaresults.nic.in ୱେବସାଇଟରେ ପ୍ରକାଶ ପାଇବ +2 ବାଣିଜ୍ୟ ଓ ବିଜ୍ଞାନ ବିଭାଗ ରେଜଲ୍ଟ । ସନ୍ଧ୍ୟା 5ଟା ପରେ ଉପଲବ୍ଧ ହେବ ରେଜଲ୍ଟ ସାଇଟ୍ । ଅଧିକ ପଢନ୍ତୁ...

+2 ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ଆଜି, ସନ୍ଧ୍ଯା 5 ରେ ଖୋଲିବ ସାଇଟ୍
+2 ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ଆଜି, ସନ୍ଧ୍ଯା 5 ରେ ଖୋଲିବ ସାଇଟ୍

ଭୁବନେଶ୍ବର: ଆଜି(ଶନିବାର) ପ୍ରକାଶ ପାଇବ +2 ରେଜଲ୍ଟ । ସନ୍ଧ୍ୟା 5ଟା ରେ ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । WWW.orissaresults.nic.in ୱେବସାଇଟରେ ମାର୍କ ଉପଲବ୍ଧ ହେବ ।

ତେବେ ଏହି ଲିଙ୍କ୍ ଓପନ୍ କରି ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । ଏଥିସହ ସାମ୍ସ କଲେଜ ଇ-ସ୍ପେସରେ ମଧ୍ୟ ଫଳ ଉପଲବ୍ଧ ହେବ । ଚଳିତ ବର୍ଷ ଉଭୟ ବିଭାଗକୁ ମିଶାଇ 1 ଲକ୍ଷ 20 ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ । ଏମାନଙ୍କ ମଧ୍ୟରୁ ବିଜ୍ଞାନ ବିଭାଗର 95 ହଜାର ଏବଂ ବାଣିଜ୍ଯ ବିଭାଗରୁ 25 ହଜାର ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରକାଶ ପାଇବ । ତେବେ ଏଥର ମଧ୍ୟ ମାଟ୍ରିକ ପିଲାଙ୍କ ପରି ବିନା ପରୀକ୍ଷାରେ ମାର୍କ ପାଇବେ ଯୁକ୍ତ 2 ଛାତ୍ରଛାତ୍ରୀ । ପରୀକ୍ଷା ଦେଇନଥିବାରୁ କେଉଁ ଆଧାରରେ ରେଜଲ୍ଟ ଆସିବ ତାକୁ ନେଇ ଛାତ୍ରଛାତ୍ରୀ ଚିନ୍ତିତ ଥିବା ଦେଖିବାକୁ ମିଳିଛି ।

ସେପଟେ କଳା ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ରେଜଲ୍ଟକୁ ଅପେକ୍ଷା କରି ଥିବାବେଳେ ବର୍ତ୍ତମାନ ଫଳ ଏବେ ପ୍ରକାଶ ପାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ପାଠ୍ୟକ୍ରମର ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବାକୁ ଅଧିକ ସମୟର ଆବଶ୍ୟକ ପଡୁଛି । ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ସବୁ ପରେ ବି କିପରି ବାକି ବିଭାଗର ରେଜଲ୍ଟ ଶୀଘ୍ର ରୁ ଅତିଶୀଘ୍ର ପ୍ରକାଶ ପାଇବ ସେନେଇ ପ୍ରସ୍ତୁତି ଜାରି ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 7:45 AM IST

ABOUT THE AUTHOR

...view details