କୋରାପୁଟ:କୋରାପୁଟ ଜୟପୁରରେ ଗଣଦୁଷ୍କର୍ମ ଘଟଣାକୁ ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ତ ଦୂରର କଥା ପୋଲିସ କିଛି ପଦକ୍ଷେପ ମଧ୍ୟ ନେଇନାହିଁ । ଏହାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନ (Odisha Human Right Commission) ଙ୍କୁ ସାକ୍ଷାତ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ।
ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ ପରେ ବିଜେପି ମହିଳା ମୋର୍ଚ୍ଚା ଜାତୀୟ ସମ୍ପାଦିକା ଐଶ୍ବର୍ଯ୍ୟା ବିଶ୍ବାଳ କହିଛନ୍ତି ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ବିଜେଡି ଠାରୁ ସୁରକ୍ଷା ପାଉଥିବା କିଛି ଅପରାଧୀ ଏହି ଦୁଷ୍କର୍ମ କରିଛନ୍ତି। ଘଟଣାର ୧୨ ଦିନ ବିତିଯାଇ ଥିଲେ ମଧ୍ୟ ପୋଲିସ ହାତ ଖାଲି । ଏହାକୁ ବିଜେପି ନିନ୍ଦା କରୁଛି । ଏହାସହ ପୀଡିତା ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିବା କହିଛନ୍ତି ।