ଓଡିଶା

odisha

ETV Bharat / city

Panchayat Election: ୩୩ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରିବ ବିଜେପି - BJP Schedule caste morcha

ଆଦିବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ରାଜ୍ୟ ସରକାର । ଏହାକୁ ନେଇ 33ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ କରିବ ବିଜେପି ଅନୂସୁଚିତ ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

Panchayat Election
Panchayat Election

By

Published : Dec 5, 2021, 8:42 PM IST

ଭୁବନେଶ୍ବର: ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଆଜି(ରବିବାର) ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଥିବା ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ଅଭିଯୋଗ କରିଛି । ଶାସକ ଦଳ ଆଦିବାସୀଙ୍କ ବିକାଶଧାରାରେ ବାଧକ ସାଜିଛି । ରାଜ୍ୟରେ ପ୍ରତି ୩ ଜଣ ଆଦିବାସୀଙ୍କ ମଧ୍ୟରେ ଜଣେ ଗରିବ ରହିଥିବା ନୀତି ଆୟୋଗ ଦର୍ଶାଇଛନ୍ତି । ଏଭଳି ଅଭିଯୋଗ କରିଛି ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ।

୩୩ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରିବ ବିଜେପି

୨୨ ବର୍ଷର ଶାସନ ପରେ ଆଦିବାସୀଙ୍କ ଗରିବି ସ୍ଥିତି ହଟେଇ ପାରିଲେନି ବିଜେଡି ସରକାର । ଆଦିବାସୀ ଜିଲ୍ଳାଗୁଡ଼ିକରେ ଭିତ୍ତିଭୂମିର ଅଭାବ, ଡାକ୍ତର ଅଭାବ, ଶିକ୍ଷକଙ୍କ ଅଭାବ ରହିଛି । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଦେଉଛନ୍ତି । ହେଲେ ବାଟମାରଣା ହେଉଥିବାରୁ ଏହି ଜିଲ୍ଳା ଗୁଡ଼ିକର ବିକାଶ ହୋଇ ପାରୁନଥିବା ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଦିବାସୀଙ୍କ ବିକାଶ ହୋଇ ପାରୁନଥିବା ଅଭିଯୋଗ ହୋଇଛି ।

ପ୍ରାୟ ୧ କୋଟି ୧୦ ଲକ୍ଷ ଆଦିବାସୀ ରାଜ୍ୟରେ ବସବାସ କରୁଛନ୍ତି । ହେଲେ ବିଜେଡିର ୨୨ ବର୍ଷର ଶାସନ ପରେ ବି ଜଣେ ଆସିବାସୀଙ୍କୁ ଭୋକରେ ଶୋଇବାକୁ ପଡ଼ୁଛି । ଗତ ୪ ବର୍ଷରେ ୪୭ ହଜାର ୨୨୯ କୋଟି ଟଙ୍କା କେନ୍ଦ୍ରରୁ ଆସିଥିବା ବେଳେ ୫୫୨ କୋଟିରୁ ଅଧିକ ଟଙ୍କାର UC(Utilization Certificate) ଦେଇନାହାନ୍ତି ରାଜ୍ୟ ସରକାର। ସେହିପରି ଆଉ ଏକ ଯୋଜନାରେ ଗତ ୩ ବର୍ଷରେ ୪୨ ହଜାର ୮୬୪ କୋଟି ଟଙ୍କା ଓ ୭୦୯୬ କୋଟି ଟଙ୍କାର UC ଦେଉ ନାହାନ୍ତି ସରକାର ।

ଏହା ରାଜ୍ୟ ସରକାରଙ୍କ ଅବହେଳାକୁ ଦର୍ଶାଉଛି । ଜମି ପଟ୍ଟା ବଣ୍ଟନ କରି ଡିଣ୍ଡିମ ପିଟୁଛନ୍ତି ହେଲେ ସେ କାଗଜର ମୂଲ୍ୟ କିଛି ନାହିଁ ବୋଲି ଅଭିଯୋଗ କରିଛି ବିଜେପି । ହିତାଧିକାରୀ ସେ ଜମିରେ ଋଣ କରି ପାରୁନାହାନ୍ତି କି ଅନ୍ୟ କିଛି ସୁବିଧା ପାଉନାହାନ୍ତି । DMF(District Mineral Foundation) ଫଣ୍ଡ ଆଦିବାସୀଙ୍କ କ୍ଷେତ୍ରରେ ଖର୍ଚ୍ଚ ହେଉନାହିଁ । ପଞ୍ଚାୟତ ନିର୍ବାଚନ ଆଗରୁ ଏସବୁ ମୁଦ୍ଦାକୁ ନେଇ ଦୁର୍ବାର ଆନ୍ଦୋଳନ କରିବାକୁ ବିଜେପି ଅନୂସୂଚିତ ଜନଜାତି ମୋର୍ଚ୍ଚା ଚେତାବନୀ ଦେଇଛି । ରାଜ୍ୟର 33ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ କରିବ ବିଜେପି ଅନୂସୁଚିତ ମୋର୍ଚ୍ଚା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details