ଓଡିଶା

odisha

ETV Bharat / city

ସ୍ମିତାରାଣୀ ହତ୍ୟାକାଣ୍ଡ:ବିଜେପି ବିଧାୟକ ଦଳ ହାତରେ ତଦନ୍ତ ଭାର - ବିଜେପି ବିଧାୟକ ଦଳ ହାତରେ vlw ତଦନ୍ତଭାର

ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବ ବିଜେପି ବିଧାୟକ ଦଳ। ଏହି ବିଧାୟକ ଦଳ ପ୍ରତିନିଧି ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଭୃତିି ସାମିଲ ଅଛନ୍ତି। ଅଧିକ ଖବର ପଢନ୍ତୁ...

ସ୍ମିତାରାଣୀ ହତ୍ୟାକାଣ୍ଡ:ବିଜେପି ବିଧାୟକ ଦଳ ହାତରେ ତଦନ୍ତ ଭାର

By

Published : Oct 30, 2019, 9:06 PM IST

ଭୁବନେଶ୍ବର: ଭିନ୍ନ ମୋଡ ନେଉଛି ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃ୍ତ୍ୟୁ ଘଟଣା। ଦିନ ଗଡିଚାଲିବା ସହ ଏହି ଘଟଣାରେ ବିଭିନ୍ନ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ପୋଲିସ ସ୍ମିତାରାଣୀଙ୍କ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ତଦନ୍ତ ନକରି ଅନ୍ୟ ଦିଗରେ ମୁଣ୍ଡ ଖେଳାଉଥିବା ଅଭିଯୋଗ ଆଣିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି।

ଏନେଇ ଆଗାମୀ ଦିନରେ ଏହି ଘଟଣାର ତଦନ୍ତ କରିବ ବିଜେପି ବିଧାୟକ ଦଳ। ତେବେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସରକାରୀ କାର୍ଯ୍ୟରେ ଯାଇଥିବା ସ୍ମିତାରାଣୀଙ୍କୁ ଦୁର୍ଷ୍କମ କରାଯାଇ ହତ୍ୟା କରାଯାଇଛି । ହେଲେ ଯାଜପୁର ପୋଲିସ କେବଳ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ର ଓରଫ ନାଣ୍ଡୁକୁ ଗିରଫ କରିଛି ।

ଗେଷ୍ଟ ହାଉସ ରଙ୍ଗମହଲରେ ଉପସ୍ଥିତ ୨ ଜଣ ବିଜେଡି ସମିତି ସଭ୍ୟ, ଜଣେ ବିଜେଡି ଜିଲ୍ଲା ପରିଷଦ ଏବଂ ରାମକୋର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସେ ସମୟରେ ଉପସ୍ଥିତ ଥିବା ସତ୍ତ୍ବେ ଶାସକ ଦଳ ଚାପରେ ପୋଲିସ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ।

ଅନ୍ୟପଟେ ଯାଜପୁର ଏସପି ଚରଣ ସିଂହ ମୀନା ଅଭିଯୁକ୍ତଙ୍କୁ ଖସାଇବା ପାଇଁ ମୃତା ସ୍ମିତାରୀଣୀର ଚରିତ୍ରଦହନ କରି ତଦନ୍ତକୁ ବୃତ୍ତିଗତ ନକରି ବ୍ୟକ୍ତିଗତ ଭାବେ କରିଛନ୍ତି । ସେହିପରି ମହିଳା କମିଶନ ଅଧ୍ୟକ୍ଷା ମୃତକ ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ନଭେଟି ତଦନ୍ତ ନାଁରେ କେସକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ପକ୍ଷରୁ ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ଯାଜପୁର ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମିଥ୍ୟା କଥା କହି ତଦନ୍ତକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରିଛି ଦଳ।

ସ୍ମିତାରାଣୀ ହତ୍ୟାକାଣ୍ଡ:ବିଜେପି ବିଧାୟକ ଦଳ ହାତରେ ତଦନ୍ତ ଭାର

ଏହି ପରିପ୍ରେକ୍ଷୀରେ ନଭେମ୍ବର ୧ ତାରିଖ ଦିନ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଗସ୍ତ କରି ତଦନ୍ତ କରିବ। ଏହି ପ୍ରତିନିଧୀ ଦଳ ମୃତା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବେ । ପରେ ସ୍ମିତାରାଣୀକୁ ହତ୍ୟା କରାଯାଇଥିବା ଗେଷ୍ଟହାଉସକୁ ଯାଇ ସରଜମିନ ତଦନ୍ତ କରିବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି ।

ଏହି ବିଧାୟକ ଦଳ ପ୍ରତିନିଧି ଦଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟନ୍ତ ଷଡଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ସୁକାନ୍ତ ନାୟକ ପ୍ରମୁଖ ସାମିଲ ହୋଇ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ବିଜେପି ଉପସଭାପତି କହିଛନ୍ତି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details